ଭାରତ

ବିଷାକ୍ତ ମଦ ପିଇ ୧୦ ମୃତ

(ତାମିଲନାଡୁ) :  ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ ।  ମୃତକମାନେ ତାମିଲନାଡୁ ଭିଲିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲାର ।  ସେହିପରି ଆହୁରି ୧୨ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ନେଇ ସୂଚନା ରହିଛି ।

ରବିବାର ଦିନ ଭିଲିପୁରମ ଜିଲ୍ଲାର ମର୍କକାନାମ ନିକଟ ଏକିୟାରକୁପ୍ପାମର ୬ ଜଣ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି । ଚେଙ୍ଗଲପାଟୁ ଜିଲ୍ଲାରେ ଶୁକ୍ରବାର ଦିନ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ଦିନ ଏକ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ବିଷାକ୍ତ ମଦ ସେବନ କରି ସମସ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ , ବର୍ତ୍ତମାନ ୧୨ରୁ ଅଧିକ ଲକୋ ଚିକିତ୍ସିତ ହେଉଛନ୍ତି । ଏହା ପାରିବାରିକ କଳହ ନୁହେ ବରଂ  ଏହାର ଲକ୍ଷଣ ଦେଖିବା ପରେ ଏହା ବିଷାକ୍ତ ମଦ ପିଇ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା । ଏହା ପରେ ଉକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଥିଲା । ପରେ ସମାନ ଲକ୍ଷଣ ଥିବା ଆଉ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

Related posts

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ଅନନ୍ତନାଗରେ ଜଣେ ଆତଙ୍କବାଦୀର ଶବ ଉଦ୍ଧାର

mahabharatanews

ଜାତୀୟ ପାର୍କରୁ ଚିତା ଫେରାର୍

mahabharatanews