ଦେଶ ବିଦେଶ

ପୁଣି ବଦମାସ କଲା ପାକିସ୍ତାନ; ୧୦୦ ଶିଖ ଶ୍ରଦ୍ଧାଳୁଙ୍କୁ ଛାଡ଼ିଲାନି

ଭାରତ ଆସିବାକୁ ବୈଧ ଭିସା ଥିଲା। ଏଥିପାଇଁ ଏୟାରପୋର୍ଟରେ ପହଞ୍ଚି ସାରିଥିଲେ। ଉତ୍ତରାଖଣ୍ଡରେ ଥିବା ପବିତ୍ର ହେମକୁଣ୍ଡ ସାହିବ ଆସିବାକୁ ଚାହୁଁଥିଲେ   ୧୦୦ରୁ ଅଧିକ ଶିଖ ଶ୍ରଦ୍ଧାଳୁ।ହେଲେ ପାକିସ୍ତାନରର ଅଧିକାରୀମାନେ କଲେ ବନ୍ଦମାସ।  ଶିଖ ଶ୍ରଦ୍ଧାଳୁଙ୍କୁ ଭାରତ ଆସିବାକୁ ଦେଇ ନାହାନ୍ତି। ସାଧାରଣ ଲୋକଙ୍କ ଯାତ୍ରା ପାଇଁ ଏନଓସି ଆବଶ୍ୟକ ପଡ଼ୁ ନଥିବା ବେଳେ ପାକିସ୍ତାନ ଅଧିକାରୀ ଜାଣିଶୁଣି ଶିଖ ଶ୍ରଦ୍ଧାଳୁଙ୍କୁ ଏୟାରପୋର୍ଟରେ ଅଟକାଇ ହଇରାଣ କରିଛନ୍ତି। ପାକିସ୍ତାନ ଅଧିକାରୀଙ୍କ ଏପରି ପଦକ୍ଷେପକୁ ଶିଖ ଶ୍ରଦ୍ଧାଳୁମାନେ ନିନ୍ଦା କରିଛନ୍ତି। ଏହା  ଲଜ୍ଜ୍ୟା ଜନକ ଘଟଣା ବୋଲି କହିଛନ୍ତି।

ବିବାଦ କାରଣରୁ ଭାରତ-ପାକିସ୍ତାନ ସ୍ଥଳ ସୀମା ବନ୍ଦ ରହିଛି। ତେଣୁ ଶିଖ ଶ୍ରଦ୍ଧାଳୁମାନେ ୟୁଏଇ ଦେଇ ଭାରତ ଆସିବାକୁ ଚାହିଁଥିଲେ। କିନ୍ତୁ ସେମାନଙ୍କୁ ପାକିସ୍ତାନ ଅଧିକାରୀମାନେ ଫୈଜଲାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡ଼ାଣ ପାଇଁ ଅନୁମତି ଦେଇ ନାହାନ୍ତି। ୟୁଏଇ ଯିବା ପାଇଁ ଶିଖ ଶ୍ରଦ୍ଧାଳୁଙ୍କ ପାଖରେ ଏନଓସି ନଥିବା ଆଳ ଦେଖାଇ ପାକିସ୍ତାନ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି। ଜଣେ ଶିଖ ଶ୍ରଦ୍ଧାଳୁ ଏୟାରପୋର୍ଟରୁ ଭିଡିଓ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେଉଛି।  ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଗୁରୁଦ୍ୱାର ହେମକୁଣ୍ଡ ସାହିବ ରହିଛି। ଏହା ବିଶ୍ୱରେ ସର୍ବୋଚ୍ଚ ଶିଖ ଧର୍ମ ସ୍ଥଳ। ଏହା ୧୦ମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ସହ ଜଡ଼ିତ।

Related posts

ପୁଣି ଥରେ ଟେଷ୍ଟକୁ ଫେରିପାରନ୍ତି ବିରାଟ ।

mahabharatanews

‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିଙ୍କ ଜଲୱା

mahabharatanews

୧୦ ହଜାର ଲାଞ୍ଚ ଟଙ୍କା ଖଳାଇଦେଲା ମୂଷା, ଦୋଷୀକୁ ମିଳିଗଲା ଜାମିନ୍…

mahabharatanews