ଦେଶ ବିଦେଶ

ପୁଟିନଙ୍କୁ ‘ତିରୁକ୍କୁରାଲ’ ଦେଲେ ମୋଦି,

ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଦୁଇ ମହାଶକ୍ତି ମଧ୍ୟରେ ଆଲୋଚନା। ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଦୁଇ ମହାଶକ୍ତି  ଯୋଗ ଦେବାକୁ ଭାରତ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିଛନ୍ତି ଦ୍ୱିପାକ୍ଷିକ ଆଲୋଚନା। ଭାରତ ମଣ୍ଡପମରେ ଚାଲିଥିବା ଏହି ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଦୁଇ ନେତା ପରସ୍ପରକୁ ହାତ ମିଳାଇବା ସହ ଆଲିଙ୍ଗନ କରିଥିଲେ। ଏହି ସମୟରେ ପୁଟିନଙ୍କୁ ପ୍ରାଚୀନ ତାମିଲ ସାହିତ୍ୟର ଅନ୍ୟତମ ପ୍ରସିଦ୍ଧ କୃତି ‘ତିରୁକ୍କୁରାଲ’ର ରୁଷୀୟ ଅନୁବାଦ ପୁସ୍ତକ ଉପହାରରେ ଦେଇଥିଲେ ମୋଦି। ‘ତିରୁକ୍କୁରାଲ’ ପ୍ରାଚୀନ ତାମିଲ ସାହିତ୍ୟର ଏକ ଅତ୍ୟନ୍ତ ପ୍ରସିଦ୍ଧ କୃତି।

କବି ଓ ଦାର୍ଶନିକ ତିରୁଭଲ୍ଲୁଭରଙ୍କ ରଚିତ ଏହି ଗ୍ରନ୍ଥରେ ମୋଟ ୧,୩୩୦ଟି ଦ୍ୱିପଦୀ ୧୩୩ଟି ଅଧ୍ୟାୟ ମଧ୍ୟରେ ରହିଛି। ଏଥିରେ ନୀତି, ନୈତିକତା, ପ୍ରେମ, ଶାସନ, ସମ୍ପଦ ଓ ମାନବୀୟ ଆଚରଣ ଭଳି ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଛି। ‘ତିରୁକ୍କୁରାଲ’ ବିଶ୍ୱର ଅନେକ ଭାଷାରେ ଅନୁବାଦ ହୋଇଥିବାରୁ ତାମିଲ ଲୋକଙ୍କ ବ୍ୟତୀତ ଅନ୍ୟ ଭାଷା ବୁଝୁଥିବା ପାଠକମାନେ ମଧ୍ୟ ଏହାର ଶିକ୍ଷା ଓ ବାର୍ତ୍ତାକୁ ବୁଝିବାର ସୁଯୋଗ ପାଇଛନ୍ତି। ଏବେ ପୁଟିନଙ୍କୁ ଏହାର ରୁଷୀୟ ଅନୁବାଦ ଉପହାର ଆକାରରେ ମୋଦି ଦେଇଛନ୍ତି।

‘ତାମିଲନାଡୁର ପ୍ରାଚୀନ ସାହିତ୍ୟରେ ‘ତିରୁକ୍କୁରାଲ’ର ଏକ ବିଶେଷ ସ୍ଥାନ ରହିଛି। ଏହି ଗ୍ରନ୍ଥ ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୫୦୦ ମଧ୍ୟରେ ରଚିତ ହୋଇଥିବା କୁହାଯାଏ। ଏହି ବହିର ସମ୍ପର୍କ ରୁଷ ସହ ବି ଅଛି। ୧୭ଶ ଶତାବ୍ଦୀରୁ ରୁଷିଆର ବିଭିନ୍ନ କବି ଓ ଲେଖକଙ୍କ ଉପରେ ଭାରତୀୟ ଦର୍ଶନର ଗଭୀର ପ୍ରଭାବ ରହିଆସିଛି।‘ତିରୁକ୍କୁରାଲ’ ପରବର୍ତ୍ତୀ ସମୟରେ ରୁଷର ସ୍କଲାର୍ସ ଓ ଲେଖକଙ୍କୁ ଆକୃଷ୍ଟ କରିଥିଲେ। ୟୁରୋପୀୟ ଭାଷାରେ ଏହା ଅନୁବାଦ ହେବା ପରେ ଏଥିପ୍ରତି ସେଠାକାର ଲୋକ ଆକର୍ଷିତ ହୋଇଥିଲେ। ୧୯ତମ ଶତାବ୍ଦୀରେ ରୁଷର ପ୍ରସିଦ୍ଧ ଲେଖକ ଲିଓ ଟଲଷ୍ଟୟ ‘ତିରୁକ୍କୁରାଲ’ ସଂସ୍ପର୍ଶରେ ପ୍ରଥମଥର ଆସିଥିଲେ।

Related posts

ଠିକାଦାରଙ୍କ ମନମୁଖୀ କାମକୁ ନେଇ ରାଗରେ ତମତମ ସାଧାରଣ ଲୋକେ

mahabharatanews

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ; ୨୮ ମୃତ

mahabharatanews

ଭାରତକୁ ୩୦ରନ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ

mahabharatanews