Uncategorized

କେପିକେବି କ୍ୟାଣ୍ଟିନରୁ ପ୍ରାୟ ୧୦୦୦ ସାମଗ୍ରୀ ତାଲିକାରୁ ବାଦ ପଡିଲା

ନୂଆଦିଲ୍ଲୀ: ମାଇକ୍ରୋ ୱେଭ ଓଭନରୁ ଚପଲ, ବ୍ରାଣ୍ଡେଡ ସାମଗ୍ରୀ ଟମ୍ମୀ ହିଲପିଗର ଟି ସର୍ଟ ପରି ପ୍ରାୟ ୧ ହଜାର ନାମୀ କମ୍ପାନୀର ଉତ୍ପାଦକୁ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (କେପିକେବି)ରୁ ବାଦ ଦିଆଯିବ । ଏଣିକି ସ୍ୱେଦେଶୀ ସାମଗ୍ରୀ ଦେଶବ୍ୟାପୀ କ୍ୟାଣ୍ଟିନରେ ବିକ୍ରି ବେ । ଏହି ନିୟମ ଆଜିଠାରୁ ଲାଗୁ ହୋଇଛି । ଏଥିନେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, କେବଳ ସ୍ୱଦେଶୀ ସାମଗ୍ରୀଙ୍କୁ କେପିକେବି କ୍ୟାଣ୍ଟିନରେ ଉପଲବ୍ଧ ହେବ ।
ଏହା ବ୍ୟତୀତ ସ୍କେଚର୍ସ, ପେରେରୋ, ରେଡ ବୁଲ, ଭିକ୍ଟୋରିନକ୍ସ, ସାଫିଲୋ ପରି ୭ଟି କମ୍ପାନୀକୁ କ୍ୟାଣ୍ଟିନ ତାଲିକାର ବାହାର କରି ଦିଆଯାଇଛି । କେପିକେଭି ସମସ୍ତ ସାମଗ୍ରୀକୁ ତିନି ଭାଗରେ ବିଭକ୍ତ କରିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ମୁତାବକ କ୍ୟାଟେଗୋରୀ ୧ରେ ସମସ୍ତ ଉତ୍ପାଦ ସ୍ୱଦେଶରେ ନିର୍ମିତ ହୋଇଥିବ । କ୍ୟାଟେଗୋରୀ ୨ ଅନୁଯାୟୀ, ବାହାରୁ କଞ୍ଚାମାଲ ଆମଦାନୀ ହୋଇଥିଲେ ମଧ୍ୟ ଭାରତରେ ସାମଗ୍ରୀ ତିଆରି ହୋଇଥିବ । ୩ୟ କ୍ୟାଟେଗୋରୀ ହେଲା, ସମ୍ପୂର୍ଣ୍ଣ ରୂପେ ଆମଦାନୀ ହୋଇଥିବା ସାମଗ୍ରୀ । କ୍ୟାଟେଗୋରୀ ୧ ଓ ୨ର ସାମଗ୍ରୀ କ୍ୟାଣ୍ଟିନରେ ଉପଲବ୍ଧ ଓ ବିକ୍ରୟ ହେବ । ତୃତୀୟ ଶ୍ରେଣୀର ସାମଗ୍ରୀକୁ କ୍ୟାଣ୍ଟିନ ତାଲିକାରୁ ବାହାର କରି ଦିଆଯାଇଛି । ଏହା ଆଜିଠାରୁ ଲାଗୁ ହୋଇଛି । କ୍ୟାଣ୍ଟିନରେ ତାଲିକାରୁ ବାହାର କରିଦିଆଯାଇଥିବା ସାମଗ୍ରୀରେ କଲଗେଟ, ପାଲମୋଲିଭ ଉତ୍ପାଦ, ହାଭେଲ୍ସ ଉତ୍ପାଦ ଯେମିତି ହେୟାର ଷ୍ଟ୍ରେଟନର, ହର୍ଲିକ୍ସ, ମାଗନମ ଚକୋଲେଟ, ଆଇସକ୍ରିମ, ଲୋରିଆଲ ମେବେଲିନ କଜଳ, ଏଲଜି ଇଲେକ୍ଟ୍ରୋନିକ୍ସ, ନିଭିଆ ସାମଗ୍ରୀ, ପିଲିପ୍ସ, ବାଜାଜ, ପାନାସୋନିକ, ବ୍ଲୁ ଷ୍ଟାର, ଆବୋଟ ହେଲ୍ଥ କେୟାରର କିଛି ସାମଗ୍ରୀକୁ ମଧ୍ୟ ତାଲିକାରୁ ବାହାର କରି ଦିଆଯାଇଛି । ସେହିପରି ଆଦିଦାସ ହେଲଥ କେୟାର ଯାହା କାଭିନ କେୟାର ଦ୍ୱାରା ବିକ୍ରି ହେଉଛି, ୟୁରେକା ପୋର୍ବସ୍ ସାମଗ୍ରୀ, ଗିଲେଟ ଓ ଭେକ୍ଟର ସାମଗ୍ରୀ ଯାହା ପି ଆଣ୍ଡ ଜି ଦ୍ୱାରା ବିକ୍ରି ହେଉଛି, ସପାରି ସାମ୍ସୋ ନାଇଟ ପରି ଲଗେଜ ଉତ୍ପାଦ, ସାମସଙ୍ଗ, ସ୍ଲିପୱେଲ କମ୍ବଳ, ଟାଇମେକ୍ସର କିଛି ସାମଗ୍ରୀ ଓ ଟିଟିକେ ପ୍ରେଷ୍ଟିଜର ୨ଟି ଉତ୍ପାଦ, ରିଅଲ ଫ୍ରୁଟ ଜୁସ, ସ୍କେଚର ଫୁଟୱିୟର ଆଦି ।

Related posts

ଚୀନ-ଭାରତ ମେଜର ଜେନେରାଲ ସ୍ତରୀୟ ଆଲୋଚନା

mahabharatanews

ଏଣିକି କରୋନା ସଂକ୍ରମଣରେ ଫୁସଫୁସ ରହିବ ସୁସ୍ଥ

mahabharatanews

ବିଜେପିର ଏଚ ରାଜୁଙ୍କ ନାମରେ ମାମଲା ରୁଜୁ

mahabharatanews

Leave a Comment