ଓଡିଶା

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

ଭୁବନେଶ୍ୱର: ଏଏନଏମଙ୍କ ଆନ୍ଦୋଳନ ପରେ ଗୃହରେ ବିବୃତ୍ତି ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିବୃତ୍ତି ଅନୁଯାୟୀ, ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ । ତେବେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ ଓ କୋଭିଡ ସମୟରେ କାର୍ଯ୍ୟ କରିଥିବା ଏଏନଏମଙ୍କୁ ପ୍ରାଥମିକତା ଦିଆଯିବ । ୧୦୯୯ ଖାଲି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ।
କରୋନା କାଳରେ ଏଏନଏମଙ୍କୁ ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ଏହି ସମୟରେ ଏହି ଏଏନଏମମାନେ ଜୀବନକୁ ବାଜି ଲଗାଇ କୋଭିଡ ରୋଗୀଙ୍କ ଚିକିତ୍ସା କରିଥିଲେ । ପରେ କୋଭିଡ କେଶ ହ୍ରାସ ପାଇବା ପରେ ସରକାର ସେମାନଙ୍କ ଛଟେଇ କରିଥିଲେ । ଏହାକୁ ନେଇ ଦୀର୍ଘ ଦିନରୁ ଏହି ଛଟେଇ ଏଏନଏମମାନେ ନିଯୁକ୍ତି ଦାବି ନେଇ ଧାରଣାରେ ବସିଛନ୍ତି ।

Related posts

ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

mahabharatanews

ଜନ୍ମବେଦୀରେ ଲୀଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ

mahabharatanews

ଶିଆଳ ଆକ୍ରମଣରେ ୧୦ରୁ ଅଧିକ ଖଣ୍ଡିଆ ଖାବରା

mahabharatanews