(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ରାଜ୍ୟରେ ଗତକାଲି ପରି ଆଜି ଆଉ ୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫୯ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏ ରହିଛନ୍ତି । ତେବେ ଗଞ୍ଜାମେରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୨୫ରେ ପହଞ୍ଚଛି । ସେହିପରି ଖୋର୍ଦ୍ଧାରେ ୩୩, ସୁନ୍ଦରଗଡରେ ୧୭, କନ୍ଧମାଳ ୫, କେଉଁଝରରେ ୪, ବାଲେଶ୍ୱରରେ ୪, ବରଗଡରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
previous post
