Uncategorized

ଗାଡି ଓଲଟି ୧୨ ମୃତ

ନାଗପୁର: ମହାରାଷ୍ଟ୍ରରେ ଏକ ମିନି ଟ୍ରକ ଓଲଟି ୧୨ ଜଣଙ୍କ ମୃତ୍ୟୁ । ସମସ୍ତ ମୃତକ ଶ୍ରମିକ ଶ୍ରେଣୀର । ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଏକ ନିର୍ମାଣାଧୀନ ରାଜପଥ ପ୍ରକଳ୍ପରେ କାର୍ୟ୍ୟ କରିବାକୁ ଶ୍ରମିକମାନେ ମିନି ଟ୍ରକରେ ବସି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅନ୍ୟ ଅନ୍ୟ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ମଧ୍ୟାହ୍ନରେ ରାଜପଥ ପ୍ରକଳ୍ପ କାର୍ଯ୍ୟ କରିବାକୁ ମିନି ଟ୍ରକରେ ୧୬ ଜଣ ଯାଉଥିଲେ । ଦୁସରବିଦ୍ ଗାଁ ନିକଟ ତାଡେଗାଓଁଠାରେ ହଠାତ୍ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଗାଡିଟି ଓଲଟି ପଡିଥିଲା । ମୃତ ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶ ଓ ବିହାର ହୋଇଥିବା ଅଧିକାରିକ ସୂତ୍ରରୁ ଜଣାପଡିଛି ।

 

Related posts

ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ମକର ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ

mahabharatanews

ସରପଞ୍ଚଙ୍କୁ ହତ୍ୟା କାପୁରୁଷତା: କାଶ୍ମୀର ଲ୍ୟୁଟେନାଣ୍ଟ ଗଭର୍ନର

mahabharatanews

କଟକଣା ମଧ୍ୟରେ କେବଳ ପୁରୀରେ ଗଡିବ ରଥ

mahabharatanews

Leave a Comment