(ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ହୋଇଛି । ୧୯୭୧ ବ୍ୟାଚର ଗୁଜୁର।।ଟ କ୍ୟାଡରର ରବିନାରାଣୟ କେନ୍ଦ୍ର ଖାଦ୍ୟ ନିଗମର ଯୁଗ୍ମ ସଚିବ , ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ହେବା ସହ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ । ସେ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଷ୍ଠାର ସହ ତୁଲ।।ଇ ସରକାର, ପ୍ରଶାସନ ଓ ସାଧାରଣ ଜନତାର ନିକଟତର ହୋଇ ପାରିଥିଲେ ।
ନିକଟରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃଥ୍ୟୁ ବେଳକୁ ତ।।ଙ୍କ ୭୩ ବର୍ଷ ହେ।।ଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ, ଅ।।ତ୍ମୀୟ ସ୍ୱଜନଙ୍କ ସମେତ ପଶ୍ଚିମ ବଙ୍ଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଜି ତାଙ୍କ ମରଶରୀରକୁ କୋଲକାତାରୁ ତାଙ୍କ ଜନ୍ମମାଟି ନାବ୍ରା ଅଣାଯାଇଥିଲା । ସେଠାରେ ବହୁ ରାଜନୈତି ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ ଓ ହଜାର ହଜାର ସଂଖ୍ୟକ ସାଧାରଣ ଜନତା ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ବାସଭବନରୁ ବାଲେଶ୍ୱରରେ ତାଙ୍କ ଅନ୍ତିମ କ୍ରିୟା କରାଯାଇଥିଲା । ତାଙ୍କ ମୃତ୍ୟୁରେ ବସ୍ତା ସମେତ ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
previous post
next post