ଓଡିଶା

ଝାରସୁଗୁଡାର ୧୨ଟି ଗାଁ ସଟଡାଉନ

(କୁଚିଣ୍ଡା): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଗୁରୁବାର ବିଭିନ୍ନ ଜିଲ୍ାରୁ ଆଉ ୨୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଝାରସୁଗୁଡ଼ା ଜିଲ୍ଲା କିମିରା ବ୍ଲକରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚାରି ପଞ୍ଚାୟତର ୧୨ଟି ଗାଁକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଆଜି ସକାଳ ୮ଟାରୁ ଜିଲ୍ଲା ପ୍ରଶାସନ ଏହି ଘୋଷଣା କରିଛି । ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଝାରମୁଣ୍ଡା, ଭୀମଯୋର, ଜି.ପାନପାଲି ଓ ନକ୍ସାପାଲି ପଞ୍ଚାୟତର ୧୨ଟି ଗାଁକୁ ସଟଡାଉନ କରାଯାଇଛି। ଗାଁର ପ୍ରତିଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଗାଁକୁ ବାହାର ଲୋକ ଆସିବେ ନାହିଁ କି, ଗାଁ ଲୋକେ ବାହାରକୁ ଯିବେ ନାହିଁ ବୋଲି କୁହାଯାଇଛି। ଏହା ସହ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି। ସଟଡାଉନ ବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି।

Related posts

ଗଜପତି ଭାଜପାର ନୂଆ ଟିମ୍ ଘୋଷିତ

mahabharatanews

ଚିଲିକାରେ କମିବ ପ୍ରଦୂଷଣ; ଏଣିକି ସୌରଚାଳିତ ବୋଟକୁ ପ୍ରାଧାନ୍ୟ  

mahabharatanews

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews