Uncategorized

ମୁମ୍ବାଇ ଆକ୍ରମଣକୁ ପୂରିଲା ୧୨ ବର୍ଷ

ନୂଆଦିଲ୍ଲୀ: ୨୦୦୮, ନଭେମ୍ବର ୨୬ । ମୁମ୍ବାଇ ଓ ସାରା ଦେଶ ପାକ ଆତଙ୍କବାଦୀଙ୍କ ଆକ୍ରମଣରେ କମ୍ପିଉଠିଥିଲା । ଆଜି ଏହି ଆକ୍ରମଣକୁ ପୂରିଛି ୧୨ବର୍ଷ । ଏହି ଅବସରରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଲସ୍କର-ଇ-ତୋଇବାର ୧୦ ଆତଙ୍କବାଦୀ ମୁମ୍ବଇ ସହରରେ ପଶି ଆତଙ୍କରାଜ ଚଳାଇଥିଲେ । ଏହି ଆକ୍ରମଣରେ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ଆହତ ହୋଇଥିଲେ । ଦୀର୍ଘ ୪ ଦିନ ଧରି ଆକ୍ରମଣକାରୀ ଆତଙ୍କ ଖେଳାଇ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡାଇ ଚାଲିଥିଲେ ।
ଲସ୍କରର ୧୦ ଆତଙ୍କବାଦୀ ପାକିସ୍ତାନର କରାଚି ବନ୍ଦରରୁ ସମୁଦ୍ର ପଥରେ ଆସି ମୁମ୍ବଇ ସହରରେ ପ୍ରବେଶ କରିଥିଲେ। ଏହା ପରେ ହୋଟେଲ ଓବରାଇ ଟ୍ରାଇଡେଣ୍ଟ, ତାଜ ପ୍ୟାଲେସ, ଚବାଡ ହାଉସ, ଛତ୍ରପତି ଶିବାଜୀ ଟର୍ମିନସ, ନରିମାନ ହାଉସରେ ଆକ୍ରମଣ ଘଟାଇଥିଲେ। ଆତଙ୍କୀଙ୍କ ନାରକୀୟ କାଣ୍ଡରେ ସାରା ଦେଶ ଆତଙ୍କିତ ଥିଲା । ଏହି ଆକ୍ରମଣରେ ୧୮ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ଲୋକଙ୍କୁ ହତ୍ୟା କରାଯାଇଥିଲା, ଯେଉଁଥିରେ କିଛି ବିଦେଶୀ ନାଗରିକ ମଧ୍ୟ ସାମିଲ ଥିଲେ । । ତେବେ ଏନଏସଜି କମାଣ୍ଡୋଙ୍କ ସ୍ବତନ୍ତ୍ର ଅପରେସନରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ଅଜମଲ କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଥିଲେ କମାଣ୍ଡୋ । ପରେ ୨୦୧୨ରେ ତାକୁ ଫାଶି ଦିଆଯାଇଥିଲା ।

SR

 

Related posts

ସ୍ୱଜନ ଶୋଷଣ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ!

mahabharatanews

ସେନା ଶିବିର ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ଆହତ

mahabharatanews

ଜୟଶଙ୍କରଙ୍କୁ ଥରୁରଙ୍କ ପତ୍ର

mahabharatanews