ଲକ୍ଷେ୍ନø: ସିଏଏକୁ ନେଇ ପ୍ରତିବାଦର ନିଆଁ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗତକାଲି ପରି ଅ ।ଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସିଏଏକୁ ବିରୋଧ କରି ବିକ୍ଷୋଭ କରାଯାଇଛି ।
ଅନ୍ୟପକ୍ଷରେ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଅ ।ଜି ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥ ରାଜ୍ୟପାଳ ଅ।ନନ୍ଦିବେନ ପଟେଲଙ୍କ ସହ ଜରୁରୀକାଳୀନ ବୈଠକ କରିଛନ୍ତି । ବୈଠକରେ ସେ ସିଏଏ ବିରୋଧୀ ଅ ।ନ୍ଦୋଳନକୁ ନେଇ ଚାଲିଥିବା ହିଂସାକାଣ୍ଡ ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି ।
ହିଂସାକୁ ଦୃଷ୍ଟିରେ ରଖି ଅ।ଜି ଲକ୍ଷେ୍ନø, ବିଜନୋର, ମୀରଟ, ଫୋରଜାବାଦ, କାନପୁର, ସମ୍ଭଲ, ମୋରଦାବାଦ, ମୁଜାଫରନଗର, ବାହରିଚ, ବୁଲନ୍ଦଶହର ଓ ହତ୍ରାସରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ଅବଶ୍ୟ ହିଂସା ସୃଷ୍ଟି ହୋଇଥିବା ଗାଜିଅ।ବାଦରେ ଅ।ଜି ସ୍ଥିତି ସୁଧୁରିବାରୁ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରାଯାଇଛି । ହେଲେ ସୁରକ୍ଷାକର୍ମୀଙ୍କୁ ଅ।ଲର୍ଟ ରହିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଘଟିଥିବା ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ପୁଲିସ୍ ଗାଜିବାଦରେ ୩୬୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୁଲିସ୍ ଏବେ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି । ବର୍ତ୍ତମାନ ୬୫ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଏକାଧିକ ନେତା ରହିଛନ୍ତି । ସେମାନେ କୁଅ ।ଡ଼େ ଅ ।ନ୍ଦୋଳନକୁ ଉସକାଇଥିବା ପୁଲିସ୍ କହିଛି । ଗାଜିଅ।ବାଦ ବ୍ୟତୀତ ଅ ।ଲିଗଡ଼ରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭୦୦ରୁ ୮୦୦ ଅଚିହ୍ନା ଲୋକଙ୍କ ବିରୋଧରେ ଏଫଅ ।ଇଅ ।ର ରୁଜୁ କରାଯାଇଛି । ସେହିପରି ପୁଲିସ ୧୬ ଜଣଙ୍କୁ ଅଟକ ରଖିଛି ।
ବାହାଦୋହିରେ ପୁଲିସ ୨୭ ଜଣଙ୍କ ନାଁରେ ଏଫଅ ।ଇଅ ।ର କରିଛି । ବାହରିଚ ହିଂସାକାଣ୍ଡରେ ପୁଲିସ୍ ୩୮ ଜଣଙ୍କୁ ଗିରଫ କରିଛି । ପ୍ରୟାଗରାଜରେ ଅ ।ନ୍ଦୋଳନ କରୁଥିବା ୧୫୦ ଜଣଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଅ ।ଉ ୧୦୦ ଜଣଙ୍କ ନାଁରେ ଏଫଅ ।ଇଅ ।ର ରୁଜୁ ହୋଇଛି । ପ୍ରୟାଗରାଜରେ ୧୪୪ ଧାରା ଲାଗୁ କରାଯାଇଥିଲେ ହେଁ ଏହାକୁ ଉଲ୍ଲଙ୍ଘନ କରିଥିବା ୧୦ ହଜାର ଅଚିହ୍ନା ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଲକ୍ଷେ୍ନøରେ ହିଂସାକୁ ଉସକାଇବା ଘଟଣାରେ ୨୮୦ ଜଣଙ୍କୁ ଜେଲ ପଠାଯାଇଛି ।
previous post