ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ଭୟଙ୍କର ସ୍ଥିତି । ଗତକାଲି କାବୁଲ୍ ଏୟାରପୋର୍ଟରେ ଭିଡ଼ ଏମିତି ଅସମ୍ଭାଳ ହୋଇଥିଲା କି ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଥିଲା । ଆଜି ସକାଳୁ ପୁଣି ଖୋଲିଛି । ଆଜି ସକାଳୁ କାବୁଲ ଏୟାରପୋର୍ଟ ଖୋଲିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାରତ ଅଣାଯାଉଛି। ଏଭଳି ସମୟରେ ସେଠାରେ ରହୁଥିବା ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି ଭାରତ ।
ଭାରତ ସରକାରଙ୍କ ଦ୍ୱାରା ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଥିବା ବେଳେ ଗତକାଲି ବାୟୁସେନାର ସି-୧୯ ବିମାନରେ ପ୍ରାୟ ୪୬ ଜଣଙ୍କୁ ଅଣାଯାଇଥିଲା । ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ଉପରେ ଭାରତ ତୀକ୍ଷ୍ନ ନଜର ରଖିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ପ୍ରବେଶ କରିବା ଲାଗି ଏକ ନୂଆ ପ୍ରକାର ଇଲୋକଟ୍ରୋନିକ୍ ଭିସା ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏବେ ବି କାବୁଲରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଭାରତୀୟ ଫସି ରହିଛନ୍ତି । ଆଫଗାନିସ୍ତାନରେ ୩୦୦-୪୦୦ ଆଇଟିବିପି ଯବାନ ମଧ୍ୟ ଫସି ରହିଛନ୍ତି।
