Uncategorized

ଆମେରିକାକୁ ଶତ୍ରୁ ଘୋଷଣା କଲା ଇରାନ

(ତେହେରାନ): ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ବୁଧବାର ଭୋର ସମୟରେ ଇରାକ ସ୍ଥିତ ଆମେରିକାର ଏୟାରବେସ ଉପରେ ଇରାନର ମିସାଇଲ ମାଡ ଘଟଣାକୁ ଆହୁରି ସାଂଘାତିକ କରିଦେଇଛି । ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଇରାନର ମିସାଇଲର ମାଡ କରିବା ପରେ ଆମେରିକାକୁ ପରମ ଶତ୍ରୁ ଘୋଷଣା କରିଛି । ଇରାନର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲ୍ଲୀ ଖମାନୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେରିକା ଆଜି ଠାରୁ ଇରାନର ଶତ୍ରୁ । ଆମେ ମିଶାଇଲ ମାଡ କରି ଆମେରିକା ଗାଲରେ ଶକ୍ତ ଚାପୁଡା ମାରିଛୁ । କିନ୍ତୁ ସାମରିକ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ । ଆମେରିକାର ଉପସ୍ଥିତି ଯୋଗୁଁ ଇରାକର ଉକ୍ତ ଅଞ୍ଚଳରେ ଦୁର୍ନୀତି ବଢୁଛି । ଏହାଦ୍ୱାରା ଯୁଦ୍ଧ, ବିଭେଦତା ଓ ବିଦ୍ୱେଶ ବଢିବାରେ ଲାଗିଛି । ତେଣୁ ଆମେରିକାର ଏହି କାର୍ଯ୍ୟ ଉପରେ ଅଙ୍କୁଶ ଲାଗିବା ଦରକାର । ଆମେରିକା ତୁରନ୍ତ ସେଠାରୁ ଚାଲିଯିବା ଉଚିତ ।

Related posts

ରାଷ୍ଟ୍ରାୟତ୍ତ ଖଣିରେ ଦୁର୍ଘଟଣା, ଜଣଙ୍କର ମୃତ୍ୟୁ

mahabharatanews

୧୯ ଦିନ ପାଇଁ ଲକଡାଉନ ବଢାଇଲେ ପ୍ରଧାନମନ୍ତ୍ରୀ

mahabharatanews

୧୯୭୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews