ଭାରତ

କରିନିଅନ୍ତୁ ଜରୁରୀ କାର୍ଯ୍ୟ: ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଉ କିଛି ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ମାର୍ଚ୍ଚ ମାସ । ତେବେ ଏହି ମାସରେ ହଦି ଆପଣଙ୍କର କିଛି କାମ ଅଛି ତେବେ ଜଲଦି ସାରି ଦିଅନ୍ତୁ । କାରଣ ଏହି ମାସରେ ଆପଣଙ୍କର ବ୍ୟାଙ୍କଗୁଡ଼ିକ ୧୩ ଦିନ ପାଇଁ ବନ୍ଦ ରହିବ । ରାଭର୍ଜ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟରେ ବ୍ୟାଙ୍କ ଛୁଟିର ସୂଚନା ଦିଆଯାଇଛି । ମାର୍ଚ୍ଚରେ ମହାଶିବରାତ୍ରୀ ଓ ହୋଲି ଭଳି ପର୍ବପର୍ବାଣୀ ପାଇଁ ବନ୍ଦ ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକ ଚାହିଁଲେ ଅନଲାଇନ୍ ମୋଡରେ ବ୍ୟାଙ୍କିଂ ସର୍ଭସର ଲାଭ ଉଠାଇପାରିବେ । ପର୍ବପର୍ବଣୀ ଅନୁଯାୟୀ ସବୁ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ଅନେକ ରାଜ୍ୟ ଓ ସହରରେ ମଧ୍ୟ ବ୍ୟାଙ୍କ ଛୁଟି ସ୍ଥାନୀୟ ପର୍ବ ଉପରେ ନିର୍ଭର କରିଥାଏ ।

ଯଦି ଆପଣ ମଧ୍ୟ ବ୍ୟାଙ୍କ ଶାଖାକୁ ଯାଇ କାମ କରିବାକୁୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୁର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖିନିଅନ୍ତୁ । ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ପଡ଼ୁଛି । ଏହି ଦିନ ଅଗରତାଲା, ଆଇଜଲ୍,ଚେନ୍ନାଇ,ଗାଙ୍ଗଟକ୍, ଗୌହାଟୀ,ଇମ୍ଫାଲ୍, କୋଲକାତା ନୂଆଦିଲ୍ଲୀ, ପାନାଜି,ପାଟନା ଓ ଶିଲଂ ଭଳି ଅନେକ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ ।

Related posts

ଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନ

mahabharatanews

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

ଆମେଥିରେ ଉତ୍ତେଜନା 

mahabharatanews