ନୂଆଦିଲ୍ଲୀ: ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ଦ୍ୱାରକା, ବସନ୍ତ କୁଞ୍ଜ, ରୋହିଣୀ, ଜଶୋଲା ଓ ମଙ୍ଗଲପୁରି ଅଞ୍ଚଳରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ) ଓ ଉଚ୍ଚ ଆୟ ବର୍ଗ (ଏଚଆଇଜି)ଲୋକଙ୍କ ପାଇଁ ୧୩୫୪ ଫ୍ଲାଟ ପାଇଁ ଏକ ଯୋଜନା ଆରମ୍ଭ କରିଛି । ଫେବୃଆରୀ ୧୬ ମଧ୍ୟରେ ଅନଲାଇନରେ ଡିଡିଏ ୱେବସାଇଟରେ ଆପେଦନ କରିବାକୁ କୁହାଯାଇଛି ।
୧୩୫୪ ପ୍ଲାଟ ମଧ୍ୟରୁ ୨୫୪ଟି ଏଚଆଇଜି ବର୍ଗ ପାଇଁ ଦ୍ୱାରକା, ରୋହିଣି, ପଶ୍ଚିମ ବିହାର ଜଶୋଲା, ବସ୍ତ କୁଞ୍ଜରେ ରହିଥିବା ବେଳେ ୭୫୭ଟି ଫ୍ଲାଟ ଦ୍ୱାରକା, ବସନ୍ତ କୁଞ୍ଜ, ରୋହିଣି, ଜନାହଗିରପୁରି, ମଣ୍ଡିପୁରରେ ଏମଆଇଜି ବର୍ଗ ପାଇଁ ଓ ୨୯୧ଟି ଇଡବ୍ଲୁଏସ ଓ ବାକୁ ୫୨ଟି ଘର ଏଲଆଇଜି ବର୍ଗ ପାଇଁ ଦ୍ୱାରକା, ରୋହିଣିରେ ରହିଛି । ଏହି ଘରଗୁଡିକର ଦାମ ୭ ଲକ୍ଷରୁ ୨.୧୪ କୋଟି ପର୍ଯ୍ୟନ୍ତ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏହି ସବୁ ଘର ପାଇଁ ୨.୬୭ ଲକ୍ଷ ସବସିଡିର ପ୍ରାବଧାନ ରହିଛି ।
ଆବେଦନକାରୀଙ୍କୁ ଇଡବ୍ଲୁଏସ ଘର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ୨୫ ହଜାର, ଏଲଆଇଜି ପାଇଁ ୧ ଲକ୍ଷ, ଏମଆଇଜି ପାଇଁ ୨ ଲକ୍ଷ ଏଚଆଇଜି ପାଇଁ ୧.୯୭ କୋଟିରୁ ୨.୧୪ କୋଟି ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ କରିବାକୁ ହେବ ।
previous post
