ଓଡିଶା

ପୁଣି ୧୩୮ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ

ଭୁବନେଶ୍ଵର : ଆଜି ରାଜ୍ୟରେ ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୮ ଜଣଙ୍କ ମଧ୍ୟରୁ ୧୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟର ଏବଂ ୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୧୩୮ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୩, କଟକରୁ ୧୫, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୧, କେନ୍ଦୁଝରରୁ ୧୦, ପୁରୀରୁ ୭, ଯାଜପୁରରୁ ୬, ମୟୂରଭଞ୍ଜରୁ ୬, ନୟାଗଡ, ଢେଙ୍କାନାଳ, ନୂଆପଡାରୁ ୩, କଳାହାଣ୍ଡିରୁ ୨,ରାୟଗଡା, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।

Related posts

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews

ସ୍କୁଲ୍ ଭିତରକୁ ପଶି ଆସିଲା ଭାଲୁ

mahabharatanews

ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର

mahabharatanews