Uncategorized

ଉହାନରୁ ଆସିଲା କରୋନାର ୧୪ ନୂଆ ମାମଲା

ନୂଆଦିଲ୍ଲୀ: ଉହାନ କରୋନା ମୁକ୍ତ ଘୋଷଣା ହେବା ପରେ ପୁଣି ସେଠାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ନୂଆ ମାମଲା ଉହାନରୁ ଆସିଛି । ଏମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା । ଏହା ପରେ ଉହାନ୍‌ର ୧୧ ନିୟୁତ ସମସ୍ତ ଜନସଂଖ୍ୟାର କରୋନା ପରୀକ୍ଷା କରାଯିବ। ତେବେ ଉହାନ୍‌ରେ ଲକ୍ଷଣ ନଥିବା ପ୍ରାୟ ୩୩୭ଟି ମାମଲା ଚିହ୍ନଟ ହୋଇଛି। ଏନ୍‌ଏଚ୍‌ସି ପକ୍ଷରୁ କୁହାଯାଇଛି ଯେ, ରବିବାର ଦିନ ୭ ନୂଆ ମାମଲା ଏବଂ ସଂକ୍ରମଣର କୌଣସି ଲକ୍ଷଣ ନଥିବା ୧୮ଟି ମାମଲା ଚିହ୍ନଟ ହୋଇଛି। ଜିଲିନ୍‌ ପ୍ରଦେଶରେ କ୍ଲଷ୍ଟର୍‌ ସଂକ୍ରମଣ ଆରମ୍ଭ ହେବା ପରେ ଗତ କିଛିଦିନ ଧରି ଏଠାରେ କଡ଼ା ପଦକ୍ଷେପ ଗ୍ରହଣ ହୋଇଥିଲା ଏବଂ ରବିବାର ଏଠାରୁ ୨ଟି ମାମଲା ଏବଂ ସାଂଘାଇ ସହରରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି। ରବିବାର ସୁଦ୍ଧା ଚୀନ୍‌ରେ ମୋଟ୍‌ ୮୨ ହଜାର ୯୫୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ୭୮ ହଜାର ୨୩୮ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୮୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ କୌଣସି ଲକ୍ଷଣ ନଥିବା ମାମଲା ଅଧିକ ଚିନ୍ତା ବଢ଼ାଇଛି। କାରଣ କରୋନା ପଜିଟିଭ୍‌ ହେଉଥିବା ରୋଗୀମାନଙ୍କ ପାଖରେ ଜ୍ବର, କାଶର କୌଣସି ଲକ୍ଷଣ ନାହିଁ। ସେମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଭୟ ଅଧିକ ରହିଛି। ତେଣୁ ଚୀନ୍‌ର ଉତ୍ତରପୂର୍ବରେ ପୁଣି ଥରେ ଲକ୍‌ଡାଉନ୍‌ ନିୟମାବଳୀ ଜାରି ହୋଇଛି।

Related posts

ଦେଶରେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ମାସକର ଛୁଆକୁ ନେଇ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ଅଧିକାରୀ

mahabharatanews

ତୈଳବାହୀ ଜାହାଜରେ ନିଆଁ, ୨ ଭାରତୀୟ ନାବିକ ମୃତ

mahabharatanews