ଓଡିଶା

ଆଜି ରାଜ୍ୟରେ ୧୪୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର/ଶିଳାସ୍ମିତା: ଆଜି ରାଜ୍ୟରେ କରୋନାରେ ୧୪୮୪ ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫୯୫ଜଣ ଅଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୬୮୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ୨୮୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି ।
ଏହା ବ୍ୟତୀତ ଅନୁଗୁଳରୁ ୧୪, ବଲାଙ୍ଗୀରରୁ ୩୭, ବରଗଡରୁ ୧୦, ଭଦ୍ରକରୁ ୪୦, ବଲାଙ୍ଗୀରରୁ ୫, ବୌଦ୍ଧରୁ୨, କଟକରୁ ୧୨୧, ଢେଙ୍କାନାଳରୁ ୫୧, ଗଜପତିରୁ ୩୮, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୯, ଝାରସୁଗୁଡାରୁ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ୬୨, କେନ୍ଦ୍ରାପଡାରୁ ୧୨, କେଉଁଝରରୁ ୬୬, କୋରାପୁଟରୁ ୪୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ୨୮, ନବରଙ୍ଗପୁରରୁ ୨, ନୟାଗଡରୁ୩୧, ନୂଆପଡାରୁ ୩, ପୁରୀରୁ ୩୪, ସମ୍ବଲପୁର ୮୨, ସୋନପୁର ୧, ସୁନ୍ଦରଗଡରୁ ୬୪ ।

Related posts

ରାତି ପାହିଲେ ନୂଆପଡ଼ାବାସୀ ବାଛିବେ ନିଜର ନୂଆ ବିଧାୟକ

mahabharatanews

ନଦୀରେ ବୁଡି ପୁଣି ଜଣେ ଶିଶୁ ମୃତ

mahabharatanews

ଫରେନସିକ ଲ୍ୟାବର ନୂତନ ଗୃହ ଉଦ୍ଘାଟନ

mahabharatanews