ଅପରାଧ

ଧରା ପଡିଲେ ୧୫ ବାଇକ ଚୋର

ସମ୍ବଲପୁର: ସମ୍ବଲପୁର ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକ ବଡ ବାଇକ ଚୋରି ଘଟଣାର ପର୍ଦ୍ଦଫାଶ କରିଛି ସମ୍ବଲପୁର ପୋଲିସ । ଚୋରି ହୋଇଥିବା ୨୦ଟି ବାଇକ ଏବଂ ଗୋଟିଏ ବୋଲର ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଘଟଣାରେ ମୋଟ ୧୫ ଜଣ ବ୍ୟବସାୟୀଙ୍କୁ ପୋଲିସ ହେପାଜତକୁ ଆଣିଛି । ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପୋଲିସ ତରଫରୁ ମିଳିଥିବା ଖବର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏମାନେ ବାଇକ ଚୋରି କରୁଥିଲେ । ତେବେ ବାରମ୍ବାର ବାଇକ ଚୋରି ଅଭିଯୋଗ ଆସିବା ପରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢାୁ କରାଯାଇଥିଲା । ଏମାନେ ଯୁଯୁମୁରା, ଚାରମାଲ, ରେଢାଖୋଲ, ବୌଦ୍ଧ, ରେଙ୍ଗାଲୀ ଓ ସମ୍ବଲପୁର ଅଞ୍ଚଳରୁ ଏହିସବୁ ୨୦ଟି ବାଇକ୍ ଓ ବୋଲେରୋ ଚୋରି କରିଥିବା ଜଣାଯାଇଛି । ତେବେ ଧନୁପାଲୀ ଥାନାରୁ ସର୍ବାଧିକ ୧୦ଟି ବାଇକ୍, ରେଙ୍ଗାଲୀ ଥାନା ଅଞ୍ଚଳରୁ ଗୋଟିଏ ବୋଲେରୋ ଓ ୫ଟି ବାଇକ୍, ଟାଉନଥାନା ଅଞ୍ଚଳରୁ ୫ଟି ବାଇକ୍ ରହିଛି । ବାଇକ ଚୋରି କରି ସାରିବା ପରେ ଗାଡିର ଚେଚିସ ଏବଂ ନମ୍ବର ପ୍ଲେଟ ବଦଳାଇ ଅନ୍ୟ ସ୍ଥାନରେ ବିକ୍ରି କରି ଦେଉଥିଲେ ।

Related posts

ମାଓବାଦୀକୁ ବିରୋଧ କରି ପ୍ରଜାମେଳି

mahabharatanews

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ହଷ୍ଟେଲ ରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews