ଅପରାଧଭାରତ

ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଆତଙ୍କବାଦୀମାନେ ବେଙ୍ଗାଲୁରୁରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିବା ବେଳେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଗିରଫ କରିଥିଲା। ଏହି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନିକଟରୁ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ୭ଟି ପିସ୍ତଲ ସହ ଅନେକ କାର୍ଟ୍ରିଜ ପୋଲିସ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ୫ଜଣ ଆତଙ୍କବାଦୀ କର୍ଣ୍ଣାଟକର ବାସିନ୍ଦା ବୋଲି କୁହାଯାଉଛି । ସେମାନେ ଆଇଏସଆଇଏସ ମଡ୍ୟୁଲ୍ ସହିତ ଯୋଗାଯୋଗରେ ଥିଲେ। ପଚରାଉଚରା ବେଳେ ଜଣାପଡ଼ିଛି ଯେ ସେମାନେ ଜୁନୈଦଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁର ପ୍ରମୁଖ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ।

ବେଙ୍ଗାଲୁରୁ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ମୁତାବକ, ଧରାପଡ଼ିଥିବା ଆତଙ୍କବାଦୀମାନେ ହେଲେ ସୋହେଲ, ଉମର, ଜୁନୈଦ, ମୁଦାସିର ଓ ଜାହିଦ। ଏମାନେ ସମସ୍ତେ ୨୦୧୭ରେ ଏକ ମାମଲାରେ ଜେଲରେ ଥିଲେ। ସେହି ସମୟରେ ଆତଙ୍କବାଦୀଙ୍କ ସହ ସେମାନେ ଯୋଗାଯୋଗରେ ଆସିଥିଲେ।

Related posts

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

mahabharatanews

JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ

mahabharatanews

ଭାରତକୁ ଫେରିଆସିବ ଛତ୍ରପତି ଶିବାଜୀଙ୍କ ‘ବାଘନଖ’

mahabharatanews