Uncategorized

ଦୁବାଇରୁ ୧୫୦ ଜଣ ଶ୍ରମିକଙ୍କୁ ନେଇ ଉଡାଣ ଭରିଲା ବିମାନ

ଦୁବାଇ: ଆଜି ସକାଳୁ ଦୁବାଇରୁ ୧୫୦ ଜଣ ପ୍ରବାସୀ ଭାରତୀଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ବିହାର ଗୟାର ଅଭିମୁଖେ ଉଡାଣ ଭରିଛି । ଏମାନଙ୍କ ମଧ୍ୟରେ ଅନେକ ଶ୍ରମିକ, ଜଣେ ଶିଶୁ ରହିଛନ୍ତି । ମଧ୍ୟ ପ୍ରଚ୍ୟ ଦେଶରୁ ପ୍ରବାସୀ ଶ୍ରମିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଏହା ପ୍ରଥମ ବିମାନ ଉଡାଣ । ଏଆଇ ୧୯୯୬ ବିମାନ ଆଜି ସକାଳ ୭.୪୫ରେ ଦୁବାଇ ବିମାନ ବନ୍ଦରରୁ ୧୫୦ ଜଣ ଯାତ୍ରୀଙ୍କୁ ନେଇ ଗୟା ପାଇଁ ଯାତ୍ରା ଆରମ୍ଭ କରିଛି । ଏହା ବିହାରକୁ ପ୍ରଥମ ବିମାନ ସେବା । ଏହି ଅପରେସନ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଅନ୍ତର୍ଗତ କାର୍ଯ୍ୟକରୁଛି ।
ବିଦେଶରେ ବହୁ ଭାରତୀୟ ଲକଡାଉନ କାରଣରୁ ଫସି ରହିଯାଇଥିଲେ । ବିମାନ ସେବା ବନ୍ଦ ଥିବାରୁ ସେମାନଙ୍କର ସ୍ୱଦେଶକୁ ଫେରିବା ସମ୍ଭବ ହୋଇ ନ ଥିଲା । ତେଣୁ ସେମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ବନ୍ଦେ ଭାରତ ମିଶନ ଓ ସମୁଦ୍ର ସେତୁ ମିଶନ କାର୍ଯ୍ୟ କରୁଛି । ପୂର୍ବରୁ ବନ୍ଦେ ଭାରତ ମିଶନରେ ବହୁ ଲୋକ ସ୍ୱଦେଶକୁ ଫେରିଥିବା ବେଳେ କିନ୍ତୁ ବର୍ତ୍ତମାନ ଶ୍ରମିକଙ୍କ ପାଇଁ ବିମାନ ସେବା ଆରମ୍ଭ କରାଯାଇଛି ।

Related posts

ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ

mahabharatanews

ଆଫଗାନିସ୍ତାନ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ଆଇଏସଆଇର ମସୁଧା: ଗୁଇନ୍ଦା

mahabharatanews

ଜେଏସି ପକ୍ଷରୁ ବନ୍ଦ ପାଳନ

mahabharatanews

Leave a Comment