ଓଡିଶା

 ଦୁର୍ବଳ ହେଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଗତ ୨ ଦିନର ସଂଖ୍ୟାଠାରୁ ଅଳ୍ପ ଅଧିକ ରହିଛି ଗତ ୨୪ ଘଣ୍ଟାର ରେକର୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ୨୮୭୦୯୯ରେ ପହଞ୍ଚିଥିବା ବେଳେ ୨୭୦୧୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବର୍ତ୍ତମାନ ୧୫୬୧୯ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ରାଜ୍ୟରେ ଗତତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି । ୧୨୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

 

Related posts

ପିକ୍ଅପ୍ ଭ୍ୟାନ ଧକ୍କାରେ ୧ ମୃତ, ୨ ଗୁରୁତର

mahabharatanews

ପୋଲିସକୁ ମାଡ ମାରିବା ଘଟଣା: ଦୁଇଜଣଙ୍କୁ କୋର୍ଟ ଚାଲାଣ ବେଳେ ଡ୍ରଇଭରଙ୍କ ଉତ୍ତେଜନା

mahabharatanews

ହାଜତ ମୃତିୟୁ ପାଇ ପୋଲିସ ଓ ସି ଅର୍ ପି ଏଫ୍ ଦେବେ ୧୦ ଲକ୍ଷ୍ୟ କ୍ଷତିପୂରଣ

mahabharatanews