ଚେନ୍ନାଇ: ମଧ୍ୟାହ୍ନ ଭୋଜନ ଖାଇ ୧୭ ଜଣ ଅଙ୍ଗନ ୱାଡି ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ବେଳେ ଖାଦ୍ୟରେ ମୃତ ଝିଟିପିଟି ପଡିଥିବା ଅଭିଯୋଗ ହେଉଛି । ଘଟଣାଟି ତାମିଲ ନାଡୁର କୁଦ୍ଦାଲୋରେ ଜିଲ୍ଲାରେ ସୋମବାର ଘଟିଛି । ଅଙ୍ଗନବାଡି କର୍ମଚାରୀ ଭାବେ ଜୟଚିତ୍ରା ଓ ଅମସଭାଲ୍ଲୀ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥିଲେ । ଭୋଜନ ପରେ ୩ ଜଣ ଶିଶୁଙ୍କଠାରେ ବାନ୍ତି ଲକ୍ଷଣ ଦେଖାଦେଇ ବାନ୍ତି କରିବା ଆରମ୍ଭ କରିଥିଲେ । ଓ ପରେ ଅନ୍ୟ କିଛି ଶିଶୁଙ୍କର ସମାନ ଅବସ୍ଥା ହୋଇଥିଲା । ଏହାକୁ ନେଇ ୧୭ ଜଣଙ୍କୁ କୁଡାଲେ।।ର ସରକାରକାରୀ ହସ୍ପିଟାଶଲରେ ଭର୍ତ୍ତି କରାଯାଇଥିଲା ।
କୋଦ୍ଦାଲୋର ଜିଲ୍ଲାପାଳକେ ବାଳସୁବ୍ରମନିୟମ ହସ୍ପିଟାଲ ପରିଦର୍ଶନ କରି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାର ବୁଛିଥିଲେ । ଏହା ପରେ ସେ କହିଛନ୍ତି, ଆମକୁ ଜଣାପଡିଛି, ପିଲାଙ୍କୁ ଦିଆଯାଇଥିବା ଦୁଇଟି ଥାଳିରୁ ଝିଟିପିଟି ମିଳିଥିଲା । ଏହି ଖାଦ୍ୟର ନମୁନା ପରୀକ୍ଷା ପାଇଁ ଲାବକୁ ପଠାଯାଇଛି । ସୋମବାର ଅସୁସ୍ଥ ୧୭ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଜିଲ୍ଲା ପାଳ ଫୁଡ ସିକ୍ୟୁରିଟି ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରି ଦେଇଥିଲେ ମଧ୍ୟ କୌଣସି କେଶ ରୁଜୁ କରି ନାହିଁ । କରୋନା ପରଠାରୁ ରାଜ୍ୟାର ସମସ୍ତ ଆଙ୍ଗନବାଡି ବନ୍ଦ ପଡିଥିଲା । ସେପ୍ଟେମ୍ବର ୧ରୁ ଖୋଯାଇଥିଲା ।
previous post
next post