ଓଡିଶା

ବିମାନରେ ଫେରିଲେ ୧୮୦ ପ୍ରବାସୀ ଓଡିଆ

ଭୁବନେଶ୍ୱର: ବହୁ ବାଧା ବିଘ୍ନ ପରେ ଆଜି ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ । ଏୟାର ଏସିଆ ବିମାନରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଭୁବନେଶ୍ୱର ବିଜୁପଟ୍ଟନାୟ ଅଣାଯାଇଛି । ବିମାନବନ୍ଦରରେ ବିଏମ୍‌ସି, କମିସନରେଟ୍‌ ପୁଲିସ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ ହୋଇଥିବା ଟିମ୍‌ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରିବା ସହ, ନାମ ପଞ୍ଜୀକରଣ କରିଥିଲା। ଏହାପରେ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇ ସେମାନଙ୍କ ସମ୍ପୃକ୍ତ ଜିଲ୍ଲାକୁ ପଠାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବସ୍‌ର ଆୟୋଜନ କରାଯାଇଛି। ସେହିପରି ଜମ୍ମୁ, କଶ୍ମୀର ଓ ହିମାଚଳ ପ୍ରଦେଶରେ ଫସି ରହିଥିବା ୩୧୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ଓଡ଼ିଶା ଫେରାଇ ଆଣିଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ ଓ କଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ, ସାମ୍ବା ଜିଲ୍ଲାରେ ଏବଂ ହିମାଚଳ ପ୍ରଦେଶର କଙ୍ଗରା ଓ ଉନା ଜିଲ୍ଲାରେ ଫସି ରହିଥିବା ୩୫୦ରୁ ଅଧିକ ଶ୍ରମିକଙ୍କୁ ରାଜ୍ୟ ସରକାର ଏୟାର ଏସିଆ ବିମାନରେ ଓଡ଼ିଶା ଫେରାଇ ଆଣିଛନ୍ତି ।
ଗତ ତିନି ତାରିଖରେ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମରେ ଫସି ରହିଥିବା ୨୮୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଦୁଇଟି ବିମାନରେ ‌ଓଡ଼ିଶା ଫେରାଇ ଆଣିଥିଲେ।

Related posts

୧୨ ଘଣ୍ଟାରେ ସୃଷ୍ଚି ହେବ ଲଘୁଚାପ ; ୭ ଜିଲ୍ଲାକୁ ସତର୍କ ଜାରି 

mahabharatanews

 ଅଣସେବାୟତଙ୍କୁ ମହାପ୍ରସାଦ ବିକ୍ରି ମନା 

mahabharatanews

ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ  ଆଜି ରନ୍-ଏ-ଥନ୍ ର ଆୟଜନ କରାଯାଇଥିଲା

mahabharatanews