ଓଡିଶା

ଚାନ୍ଦବାଲିରେ ଦେୱାନୀ ଓ ଫୌଜଦାରୀ ଅଦାଲତ ପକ୍ଷରୁ ଅଷ୍ଟାଦଶତମ ପ୍ରତିଷ୍ଠା ଦିବସ

ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଦେୱାନୀ ଓ ଫୌଜଦାରୀ ଅଦାଲତର ଅଷ୍ଟା ଦଶାତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ବାର ଆସୋସିଏସନ ସଭାପତି ଉପେନ୍ଦ୍ର ରାଉଳ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି କୋର୍ଟର ବିଚାରପତି ତନ୍ମୟ ରଞ୍ଜନ ଦାଶ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବି ପର୍ଶୁରାମ ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଅତିରିକ୍ତ ପୋଲିସ ଆରକ୍ଷୀ ଅଂଶୁମାନ ଦ୍ବିବେଦୀ ଓ ଏଡିଏମ କାର୍ତିକ ମଣ୍ଡଳ, ସମ୍ମାନିତ ଅତିଥି ଚାନ୍ଦବାଲି ବିଡ଼ିଓ ସଂଜୀବ କୁମାର ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇଥିବାବେଳେ ବିଶେଷ ଅତିଥି ଭାବେ ଭଦ୍ରକ ଜିଲ୍ଲାରେ ଟ୍ରେନିଂ ଏ ଡି ଏମ ଶ୍ୱାସତୀ ମହାପାତ୍ର, ସରୋଜ ବେହେରା ପ୍ରମୁଖ ଯୋଗଦେଇ ଚାନ୍ଦବାଲି କୋର୍ଟର ଉତ୍ତରତୁର କାମନା କରିବା ସହ ଆଇନ ସେବା ଉପରେ ଅଭିଭାଷଣ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ଆଇନଜୀବି ରଜନୀ କାନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଇନଜୀବି ବୈରାଗୀ ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ l ଏହି ସଭାରେ ବାର ଆସୋସିଏସନ୍ ର ସମ୍ପାଦକ ରାଜ ନାରାୟଣ ନାୟକ ସମ୍ପାଦକୟ ବିବରଣୀ ପାଠ କରିଥିବା ବେଳ ଆଇନଜୀବି ତ୍ରିଲୋଚନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ସଂଘ ସମସ୍ତ ଆଇନଜୀବି ମାନେ ସହଯୋଗ କରିଥିଲେ l ଏହି ଅବସରରେ ଦୁଇ ଜଣ ପ୍ରାକ୍ତନ ସଭାପତି ପ୍ରଭାସ ଶୁଭ ଦର୍ଶନ ମହାନ୍ତି ଓ ରଜନୀକାନ୍ତ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

Related posts

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

mahabharatanews

ଆଜି NEET ପ୍ରବେଶିକା ପରୀକ୍ଷା

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଜଣେ ରୋଗୀ ଚିହ୍ନଟ

mahabharatanews