ଗ୍ୱାହାଟି: ଆସାମରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ଶୁକ୍ରବାର ଦିନ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଜଣେ ଡାକ୍ତର ଆସାମର ଏକ ହସ୍ପିଟାଲରେ ଖୋଲାଯାଇଥିବା ପ୍ଲାଜମା ବ୍ୟାଙ୍କକୁ ତାଙ୍କ ପ୍ଲାଜମା ଦାନ କରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି । ଆସାମର ଗ୍ୱାହାଟି ମେଡିକାଲ କଲେଜରେ ଏହି ପ୍ଲାଜମା ବ୍ୟାଙ୍କ ଖୋଲା ଯାଇଛି । ମନ୍ତ୍ରୀ କହିଛନ୍ତି ଗ୍ୱାହାଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଥମ ଡାକ୍ତର ଯିଏ କୋଭିଡ-୧୯ ଟେଷ୍ଟରେ ପଜିଟିଭ ମିଳିଥିଲେ, ସେ ସୁସ୍ଥ ହେବା ପରେ ବ୍ୟାଙ୍କକୁ ତାଙ୍କ ପ୍ଲାଜମା ଦାନ କରିଛନ୍ତି । ଏଥିନେଇ ମନ୍ତ୍ରୀ ଉକ୍ତ ଡାକ୍ତର ଓ ପ୍ଲାଜମା ବ୍ୟାଙ୍କରେ କାର୍ଯ୍ୟକରୁଥିôବା ଦଳକୁ ଧନ୍ୟବାଦ ଜଣାଇଛନ୍ତି ।
previous post
