ଓଡିଶା

୨.୭୨ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନ ପାଠପଢା ଚାଲିଛି । ଏବେ ପୁଣି ୟୁଟୁବରେ ମଧ୍ୟ ପିଲାଙ୍କୁ ପାଠ ପଢା ଯାଉଛି । କିନ୍ତୁ ଅନଲାଇନ ପଢା ପାଇଁ ନାହିଁ ରାଜ୍ୟରେ ଭିତ୍ତିଭୂମି । ତେଣୁ ପିଲାଙ୍କ ପାଠପଢା ପାଇଁ ସବୁ ଅଭିଭାବକ ଯୋଗାଇ ପାରୁ ନାହାନ୍ତି ସ୍ମାର୍ଟ ଫୋନ । ତେଣୁ ସ୍ମାର୍ଟ ଫୋନ ଥିବା ପିଲାଙ୍କ ନିକଟରେ ଏକାଧିକ ପିଲା ରୁଣ୍ଡ ହେବାକୁ ବାଧ୍ୟ ହେଉଛନ୍ତି । ପୁଣି ଉପାନ୍ତ ଅଞ୍ଚଳରେ କେଉଁ ପିଲା ଗଛରେ ଚଢୁଛି ତ ପୁଣି କିଏ ପାହାଡ ଉପରକୁ ଚଢୁଛନ୍ତି । ରାଜ୍ୟରେ ଅନଲାଇନ ପାଠପଢାକୁ ନେଇ ଗୁରୁବାର କେନ୍ଦ୍ର ଜାରି କରିଛନ୍ତି ଏକ ରିପୋର୍ଟ। ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜେକେସନ ପ୍ଲସ (ୟୁଡିଆଇଏସଇ +)ର ସର୍ଭେ ରିପୋର୍ଟ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କହିଛି, ଓଡ଼ିଶାରେ ମାତ୍ର ୨ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଛି।
ରିପୋର୍ଟ ମୁତାବକ ରାଜ୍ୟରେ ୫୩ ହଜାର ୨୬୦ଟି ସରକାରୀ ସ୍କୁଲ ରହିଛି। ସେମଧ୍ୟରୁ ୮,୬୧୫ଟି ସ୍କୁଲରେ କମ୍ପ୍ୟୁଟର ରହିଥିବା ବେଳେ ୮,୫୦୦ଟିରେ କମ୍ପ୍ୟୁଟର ବ୍ୟବହାର ସ୍ୱାଭାବିକ ଥିବା ବେଳେ । ସେହିପରି ୧,୪୫୦ (୨.୭୨ ପ୍ରତିଶତ)ଟି ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଛି। ତେବେ ୨,୨୩୧ ଘରୋଇ ସ୍କୁଲରୁ ୩୫ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଥିବା ଜଣାପଡ଼ିଛି। ୨୦୧୮-୧୯ ଶିକ୍ଷା ବର୍ଷରେ କିନ୍ତୁ ଏହାର ଚିତ୍ର ଅଲଗା ରହିଥିଲା। ମୋଟ୍ ୮.୭ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ଏବଂ ୮.୨୬ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଥିଲା।ତେବେ ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟ ସରକାର ୮ ହଜାର ପ୍ରାଇମେରୀ ସ୍କୁଲକୁ ବନ୍ଦ କରିଦେଇଥିବା ଟଊଓଝଋ + ରିପୋର୍ଟରୁ ଜଣାପଡ଼ିଛି। ସେହିପରି ସରକାରୀ ସ୍କୁଲର ଶିକ୍ଷକଙ୍କ ସଂଖ୍ୟା ୨,୩୮,୫୫୦କୁ ହ୍ରାସ ପାଇଛି ଏହି ଶିକ୍ଷାବର୍ଷରେ। ହେଲେ ୨୦୧୮-୧୯ରେ ମୋଟ୍ ୩,୪୦,୪୭୭ ଜଣ ଶିକ୍ଷକ ଥିଲେ। ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ଅନୁପାତ ୬୬:୧ ଥିବା ବେଳେ ମାଧ୍ୟମିକ ସ୍ତରରେ ୧୭:୬ ହୋଇଛି।
ଯଦି ଆଡମିଶନକୁ ବିଚାର କରାଯାଏ, ତେବେ ୨୦୧୯-୨୦ରେ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ରାଜ୍ୟରେ ୮୦,୩୩,୮୧୫ ଜଣ ନାମ ଲେଖାଇଥିଲେ। ୨୦୧୮-୧୯ରେ କିନ୍ତୁ ୮୧,୦୨,୩୩୧ ଜଣ ନାମ ଲେଖାଇଥିଲେ। ତେବେ ଏହି ଅବଧି ମଧ୍ୟରେ ଉଭୟ ପୁଅ ଏବଂ ଝିଅଙ୍କ ନାମଲେଖା ହାର ପ୍ରାୟତଃ ସମାନ ରହିଛି।
ମୋଟ୍ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓବିସି ଶ୍ରେଣୀର ୩୬.୨ ପ୍ରତିଶତ ରହିଛି। ପୂର୍ବ ଶିକ୍ଷାବର୍ଷରେ କିନ୍ତୁ ଏହା ୩୬.୮ ପ୍ରତିଶତ ଥିଲା। ସେହିପରି ୨୦୧୮-୧୯ରେ ୧.୫ ପ୍ରତିଶତ ମୁସଲିମ୍ ନାମଲେଖା ଲେଖାଇଥିବା ବେଳେ ୨୦୧୯-୨୦ରେ ୨.୦୨ ପ୍ରତିଶତ ନାମ ଲେଖାଇଛନ୍ତି।

Related posts

ଦୂତି ଆଣିଲେ ସରସ୍ୱତୀଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews

ନଦୀରେ ବୁଡିଗଲେ ଦାଦା-ପୁୁତୁରା

mahabharatanews

mahabharatanews