ଅପରାଧ

ବରପାଲି ପିଇଓଙ୍କ ଘର ଉପରେ ଭିଜିଲାନ୍ସ ଚଢଉ

ବରଗଡ: ଗୁରୁବାର ଦିନ ଭିଜିଲାନ୍ସ ତିନୋଟି ସ୍ଥାନରେ ଚଢାଉ କରିଛି । ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର (ପିଇଓ) ଅନିଲ କୁମାର ପାଢୀଙ୍କୁ କାବୁ କରିଛି ଭିଜିଲାନ୍ସ । ପାଢୀ ହେଉଛନ୍ତି ବରଗଡ ଜିଲ୍ଲା, ବରପାଲି ଗ୍ରାମ ପଞ୍ଚାୟତର ପିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ୩ଟି ଟିମ ତିନୋଟି ସ୍ଥାନରେ ଚଢଉ କରିଛି । ଏହି ଟିମର ନେତୃତ୍ୱ ନେଇଛନ୍ତି ଜଣେ ଡିଏସପି । ଟିମରେ ୩ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ବରଗଡର ତିନୋଟି ସ୍ଥାନରେ ଚଢଉ ଜାରି ରହିଛି । ଚଢଉ କାଳରେ ଗୋଟିଏ ଦିତାଲା କୋଠା, ଗୋଟିଏ ଜାଗାର କାଗଜପତ୍ର ମିଳିବା ସହ ୬୯ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ତଦନ୍ତ ପରେ ବହୁ ତଥ୍ୟ ସାମ୍ନାକୁ ଆସିବ ।

Related posts

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

mahabharatanews

୬୦୦ କୋଟି ଟଙ୍କର ହେରୋଇନ ଜବତ

mahabharatanews

ବରମୁଣ୍ଡା ବ୍ରିଜ୍ ତଳୁ ଉଲଗ୍ନ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews