ଓଡିଶା

ଭୁବନେଶ୍ୱରରେ ଖୋଲିଲା ଭିଏଲସିର ୨ୟ ବିୟୁଟି ଶୋ ରୁମ

(ମହାଭାରତ/ଭୁବନେଶ୍ୱର): ଭାରତର ପ୍ରମୁଖ ବିୟୁଟି ଆଣ୍ଡ ୱେଲନେସ ବ୍ରାଣ୍ଡ ଭିଏଲସି ପକ୍ଷରୁ ଗୁରୁବାର ଭୁବନେଶ୍ୱରରେ ଏହାର ୨ୟ ଶୋ ରୁମ୍ର ଶୁଭାରମ୍ଭ କରାଯାଇଛି । ଏହାସହ ସହରରେ ପୂର୍ବରୁ ଥିବା ଶୋ ରୁମ୍କୁ ଅନ୍ୟ ଏକ ସ୍ଥାନରେ ବିଶାଳ ଆକାର ପୁନଃସ୍ଥାପନ କରାଯାଇଛି । ଏହି ଶୋ ରୁମ୍କୁ ଭିଏଲସି ଗ୍ରୁପ୍ର ପ୍ରତିଷ୍ଠାତା ତଥା ସହ ଅଧ୍ୟକ୍ଷ ବନ୍ଦନା ଲୁଥ୍ରା ଉଦଘାଟନ କରିଛନ୍ତି । ଭୁବନେଶ୍ୱରରେ ଭିଏଲସି ବର୍ତ୍ତମାନ ୨ଟି ନୂତନ ଶୋ ରୁମ ଖୋଲି ପାରିଥିବାରୁ ଏଥିପାଇଁ ଆମେ ଖୁସି ବୋଲି ସେ କହିଛନ୍ତି । ସହର ବାସିନ୍ଦାଙ୍କ ଚାହିଦା ମୁତାବକ ନୂତନ ଓ ବୈଜ୍ଞାନିକ ପ୍ରଣାଳୀରେ ଭିଏଲସି ବିୟୁଟି ଟ୍ରିଟମେଣ୍ଟ ପ୍ରଦାନ କରିବ ବୋଲି ଏହି ଅବସରରେ ବନ୍ଦନା କହିଛନ୍ତି । ଭିଏଲସି ବର୍ତ୍ତମାନ ଓଡ଼ିଶାରେ ଏହାର ୭ଟି ୱେଲନେଓ ଓ ବିୟୁଟି ସେଣ୍ଟର ସହ ସୌନ୍ଦର୍ଯ୍ୟ ଓ ପୋଷଣ ପାଇଁ ୩ଟି କୌଶଳ ବିକାଶ ସଂସ୍ଥାର ପରିଚାଳନା କରୁଛି ।

Related posts

ନବୀନ ନିବାସରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ‌ବ୍ଲେୟାର 

mahabharatanews

ପାରାଦ୍ୱୀପ ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ତଦାନ ଶିବିର

mahabharatanews

ଧରା ପଡ଼ିଲେ ୩ ନକଲି ଚାଷୀ

mahabharatanews

Leave a Comment