ଅପରାଧ

ରାଜଧାନୀରୁ ବେଆଇନ ପ୍ଲାଷ୍ଟିକ ଜବତ

(ମହାଭାରତ/ଭୂବନେଶ୍ୱର): ଗୁରୁବାର ଶହୀଦନଗର ସ୍ଥିତ ଏକ ଭଡା ଘରେ ବିଏମସିର ଏକ ଟିମ୍ ଚଢାଉ କରିଥିଲା । ଚଢାଉ ସମୟରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବେଆଇନ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ଲେଟ, ପ୍ଲାଷ୍ଟିକ ଗ୍ଲାସ୍, ପ୍ଲାଷ୍ଟିକ ଚାମଚ, ପା୍ଲଷ୍ଟିକ କପ, ପା୍ଲଷ୍ଟିକ ଡବା, ଡସ୍ଟବିନ୍ ଜରି, ପଲିଥିନ ଆଦି ରହିଛି । କୌଣସି ଏକ ସୂତ୍ରରୁ ଖବର ପାଇ, ବିଏମସି ତରଫରୁ ଏହି ଚଢାଉ କରାଯାଇଥିଲା । ସମସ୍ତ ସାମଗ୍ରୀ ଗୁଡିକ ବେଆଇନ ହୋଇଥିବାରୁ ଏଗୁଡିକୁ ଜବତ କରାଯାଇଛି ବୋଲି ବିଏମସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ।

Related posts

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

mahabharatanews

ପୁଣି ସୁକୁମା ଜିଲ୍ଲାରେ ମାଓ ଆତଙ୍କ

mahabharatanews

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

mahabharatanews