ଓଡିଶା

ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଙ୍କ ୨ ଦିନିଆ ମୟୁରଭଞ୍ଜ ଗସ୍ତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ, (କଟକ )ଉପ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଗତକାଲି ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି । ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଙ୍କ ସହିତ ଅପରାହ୍ନ ରେ ରାଇରଙ୍ଗପୁର ଉପଖଣ୍ଡ  ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିରୀକ୍ଷଣ ନିମନ୍ତେ ପହଂଚି ଥିଲେ |  ଏହି ଅବସରରେ ଉପନିର୍ଦେଶକ ଶ୍ରୀ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣି ଙ୍କୁ କାର୍ଯ୍ୟାଳୟ ତରଫରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ସୂଚନା କେନ୍ଦ୍ର ର ଗ୍ରନ୍ଥାଗାରିକ ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ରାତ୍ର ଜଗୁଆଳି ଶ୍ରୀ ସଂଗ୍ରାମ ବିଶ୍ୱାଳ  ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ  କରିଥିଲେ | କାର୍ଯ୍ୟାଳୟ ପରିଦର୍ଶନ ତଥା ନିରୀକ୍ଷଣ ପରିପ୍ରେକ୍ଷୀରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ବିଭିନ୍ନ ନଥିପତ୍ର, ଫାଇଲ ଓ ରେକର୍ଡସ ଇତ୍ୟାଦି ତନଖି କରିବା ସହ କାର୍ଯ୍ୟାଳୟ ଗୃହ ଏବଂ ସୂଚନା କେନ୍ଦ୍ର ବୁଲି ଦେଖିଥିଲେ ଓ କାର୍ଯ୍ୟାଳୟ ସମ୍ପର୍କିତ ବିଭିନ୍ନ ବିଷୟରେ ପଚାରି ବୁଝି ଥିଲେ | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହାନ୍ତି କାର୍ଯ୍ୟାଳୟ ର ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ ନିମନ୍ତେ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବିଭିନ୍ନ ସମସ୍ୟା  ବିଷୟରେ ତା’ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |   ଉପନିର୍ଦ୍ଦେଶକ ଏହାର ସମାଧାନ ଦିଗ ରେ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ | ଉକ୍ତ ଗସ୍ତ କାଳରେ ସେ କରଞ୍ଜିଆ ଉପଖଣ୍ଡ ର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତଥା କରଞ୍ଜିଆ ଏବଂ ଯଶିପୁର ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ |  ରାଇରଙ୍ଗପୁର କାର୍ଯ୍ୟାଳୟ ପରିଦର୍ଶନ  ସାରି  ସେ ରାତ୍ରୀ ଯାପନ  ପାଇଁ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ | ପ୍ରକାଶ ଥାଉକି ତାଙ୍କର ଦ୍ଵିତୀୟ ଦିନ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିରୀକ୍ଷଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରି ଅପରାହ୍ନ ରେ କଟକ ପ୍ରତ୍ୟାବର୍ତ୍ତନ କରିବେ।

Related posts

ଉଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews

ଟାଟା ମ୍ୟାଜିକ-ଡମ୍ପର ଧକ୍କା, ୪ ଗୁୁରୁତର ଆହତ

mahabharatanews