ଓଡିଶା

ଆସୁଛି ଆଉ ଦୁଇଟି ଲଘୁଚାପ, ଭଲ ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ଆସୁଛି ଆଉ ଦୁଇଟି ଲଘୁଚାପ। ଫଳରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆଶା କରାଯାଉଛି। ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗର‌ରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି

ସୂଚନାନୁଯାୟୀ ,  ଆସନ୍ତା ୧୨ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ। ୧୨ରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ। ଆସନ୍ତା ୧୨ ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଦୁଇଟି ଯାକ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଫଳରେ ରାଜ୍ୟରେ ଭଲ ବର୍ଷା ହେବ। ଗତ ଲଘୁଚାପଟି ମଧ୍ୟପ୍ରଦେଶ ଓ ପୂର୍ବ ମହାରାଷ୍ଟ୍ରରେ ଆଜି ରହିଛି। ତାହାର ବାହ୍ୟବଳୟ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିରହିଛି।

Related posts

ସବପଲ୍ଲୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା

mahabharatanews

ମଣିଷ ପାଇଁ ଉଜୁଡି ଯାଉଛି ନୀରିହ ପକ୍ଷୀଙ୍କ ସଂସାର

mahabharatanews

ଆଉ ୧୦ ପୁଲିସ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ

mahabharatanews