Uncategorized

ଫାଭିପିରାଭିର, ଫାଇଟୋ-ଫାର୍ମାସ୍ୟୁଟିକାଲ୍ ପରୀକ୍ଷାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି ରହିଛି । ଦେଶରେ କରୋନା ସଂକ୍ରମଣ ଜୁନ ଓ ଜୁଲାଇରେ ପିକ ନେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଏମ୍ସ ଦିଲ୍ଲୀ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଦେଶରେ ଦୁଇଟି ଔଷଧର ପରୀକ୍ଷା ପାଇଁ ଅନୁମୋଦନ ମିଳିଛି । ଏହା ବ୍ୟତୀତ ଆୟୁର୍ବେଦର ୪ଟି ଔଷଧର ମଧ୍ୟ ଟ୍ରାଏଲ୍‌ ପାଇଁ ପଠାଯାଉଛି ।
ଭାରତରେ ବିକଶିତ ହୋଇଥିବା ୨ ଔଷଧକୁ କାଉନସିଲ ଅଫ ସାଇଣ୍ଟିପିକ ଆଣ୍ଡ ରିସର୍ଚ୍ଚ (ସିଏସଆଇଆର)କୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଔଷଧ ହେଉଛି ଫାଭିପିରାଭିର ଏବଂ ଦ୍ୱିତୀୟ ଔଷଧକୁ ଫାଇଟୋ-ଫାର୍ମାସ୍ୟୁଟିକାଲ୍ । ସ୍ୱାଇନ୍ ଫ୍ଲୁ ଚିକିତ୍ସା ପାଇଁ ଜାପାନ ଏବଂ ଚୀନ୍ ଭଳି ଦେଶରେ ଫାଭିପିରାଭିର ବ୍ୟବହୃତ କରିଥାନ୍ତି । ଏହି ଔଷଧ ଗୁଡିକ କରୋନା ବିରୋଧରେ ପ୍ରଭାବଶାଳୀ ହୋଇପାରେ । ଏହା ବ୍ୟତୀତ ଉଦ୍ଭିଦରୁ ଫାଇଟୋ-ଫାର୍ମାସ୍ୟୁଟିକାଲ୍ ନାମକ ଅନ୍ୟ ଏକ ଔଷଧ ବାହାର କରାଯାଇଛି। ଏହି ଉଭୟ ଔଷଧ କରୋନା ବିରୋଧ ଲଢେଇରେ ଏହା ଏକ ନୂତନ ଆଶାର କିରଣ ପାଲଟିଛି । ଆସନ୍ତା ଦେଢ଼ ମାସରେ ଫାଭିପିରାଭିର ପରୀକ୍ଷା ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Related posts

ଦିଲ୍ଲୀର ଦୁଇ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ, ୧ ମୃତ

mahabharatanews

ଦିଲ୍ଲୀ ହିଂସାରେ ଗୁଇନ୍ଦା କନଷ୍ଟେବଳଙ୍କ ମୃତ୍ୟୁ ସନ୍ଦେହ

mahabharatanews

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

mahabharatanews