ଭାରତ

ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ 

(ଦିଲ୍ଲୀ) : ପୂର୍ବ ଓ ଦକ୍ଷିଣ ଭାରତରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇଦେଇଛି। ଏହା ସହିତ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି ।

ସୂଚନାନୁଯାୟୀ , ଶନିବାର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିଦର୍ଭ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନାମ, ରାୟଲସୀମା ଓ ତେଲେଙ୍ଗାନାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମଡି କହିଛି। ଏବେ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ରାୟଲସୀମା ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିଛି। ଆସନ୍ତା ୭ ଦିନ ମଧ୍ୟରେ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି।  ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଙ୍ଗକୁ ଦ୍ୱିତୀୟ ଏଲ ନିନୋ ସକ୍ରିୟ ଥିବାରୁ ଏପ୍ରିଲ – ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ।

Related posts

ପୋଖରୀକୁ ସ୍କୁଲ ବସ ଖସିବାରୁ ୬ ବର୍ଷ ଶିଶୁର ମୃତ୍ୟୁ

mahabharatanews

ସରିଲା ବୈଠକ, ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

mahabharatanews

ଜୁନରେ ଦେଶରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ !

mahabharatanews