ଭୁବନେଶ୍ୱର: ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ ଏକ୍ଜାମ ଆଜିଠୁ ଆରମ୍ଭ ହୋଇଛି । ମାତୃଭାଷା, ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ହେବ । ତେବେ ପରୀକ୍ଷା କାଳରେ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କୋଭିଡ୍ କଟକଣା ଭିତରେ ପରୀକ୍ଷା ହଲକୁ ବିଶୋଧନ କରିବା ସହ ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି । ୧ ଅକ୍ଟୋବରରୁ ୧୧ ଆକ୍ଟୋବର ଯାଏ ଅନୁଷ୍ଠିତ ହେଉଛି । ସକାଳ ୧୦ରୁ ଦିନ ଗୋଟାଏ ଯାଏ କେବଳ ଗୋଟିଏ ସିଟିଂରେ ପରୀକ୍ଷା ହେଉଛି । ଅନ୍ୟପଟେ ରେଜଲ୍ଟ ପ୍ରକାଶ ପାଇବା ପରେ ଏହି ପିଲାଙ୍କ ପାଇଁ ଶେଷରେ ପୁଣିଥରେ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା।
ଚଳିତ ବର୍ଷ କରୋନା ପାଇଁ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । କିନ୍ତୁ କିଛି ଛାତ୍ରଛାତ୍ରୀ ଏହି ମୂଲ୍ୟାୟନରେ ସନ୍ତୁଷ୍ଟ ନ ଥିଲେ । ତେଣୁ ଏହି ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ରୀ ପରୀକ୍ଷା ବ୍ୟବସ୍ଥା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ କୋର୍ସରେ ମୋଟ ୧୩ ହଜାର ୪୩ ଜଣ ପିଲା ପରୀକ୍ଷା ଦେବେ। ସାରା ରାଜ୍ୟରେ ସିଏଚ୍ଏସ୍ଇ ଥିବା ୨୦୩ଟି ପରୀକ୍ଷା ହବ୍ ମଧ୍ୟରୁ ୧୮୫ଟି ହବକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଛି।
