ବିଶ୍ୱ

୨୦୧୮ ଅଚଳ ହୋଇପଡ଼ିଥିଲା ଉପଗ୍ରହଟି ଆଜି ପୃଥିବୀ ପୃଷ୍ଠରେ ଖସିବା ନେଇ କହିଛି ମହାକାଶ ଗବେଷଣା ସଂସ୍ଥା ନାସା

ପୃଥବୀ ପୃଷ୍ଠରେ ଖସିବ ନାସାର ଏକ ଅଚଳ ଉପଗ୍ରହ । ଆଜି ଖସିବ ନାସାର ସାଟେଲାଇଟ୍ ଏନେଇ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ସତର୍କ କରାଯାଇଛି । ଆଜି ରାତି ପ୍ରାୟ ୯ଟା ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ୨୭୦ କିଲୋଗ୍ରାମ ଓଜନର ଏହି ଅଚଳ ଉପଗ୍ରହ । ଏହି ଉପଗ୍ରହ ପୃଥିବୀର କେଉଁ ସ୍ଥାନରେ ପଡ଼ିବ ତାହା ସ୍ପଷ୍ଟ ଜଣାପଡ଼ିନି । ଭୁପୃଷ୍ଠରେ ପଡ଼ିବା ପରେ କେତେ କ୍ଷତି ଘଟାଇପାରେ ସେନେଇ ମଧ୍ୟ ନାସା ପକ୍ଷରୁ କିଛି କୁହାଯାଇନାହିଁ । ପୃଥିବୀ ପୃଷ୍ଠ ଛୁଇଁବା ବେଳକୁ ଉପଗ୍ରହଟିର ଅଧିକାଂଶ ଭାଗ ଜଳିଯାଇପାରେ ବୋଲି କହିଛି ନାସା । ୨୦୦୨ରେ ନାସା ପକ୍ଷରୁ ଏହି ସାଟେଲାଇଟକୁ ପ୍ରେରଣ କରାଯାଇଥିବା ବେଳେ ୨୦୧୮ ପରେ ପରେ ଏହି ଉପଗ୍ରହଟି ଅଚଳ ହୋଇପଡ଼ିଥିଲା ।

Related posts

ଜେଲରେ ରହିବେ ଇମ୍ରାନ୍‌ ଖାନ 

mahabharatanews

ମଲରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତ

mahabharatanews

ଥମୁନି ଯୁଦ୍ଧ : ବଡ ହସ୍ପିଟାଲ ବନ୍ଦ 

mahabharatanews