ବିଶ୍ୱ

ଜେଲରେ ରହିବେ ଇମ୍ରାନ୍‌ ଖାନ 

(ଦିଲ୍ଲୀ) : ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜେଲରେ ରହିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ।‘ସାଇଫର୍‌’ ମାମଲାରେ ଏକ ସ୍ବତନ୍ତ୍ର ଅଦାଲତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଆଉ ୨ ସପ୍ତାହ ବୃଦ୍ଧି କରିବାରୁ ଏପରି ହୋଇଥିବା ସ୍ୱଷ୍ଟ ହୋଇଛି ।

ସୂଚନାନୁଯାୟୀ, ‘ସାଇଫର୍‌’ ମାମଲା ହେଉଛି ଗୋପନୀୟ କୂଟନୈତିକ ‘କେବୁଲ୍‌ ମେସେଜ୍‌’ ଲିକ୍‌ କରି ତାଙ୍କ ସରକାର ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର ହୋଇଥିଲା ବୋଲି କରାଯାଇଥିବା ଅଭିଯୋଗ। ମାମଲାର ଶୁଣାଣି ପାଇଁ ପଞ୍ଜାବ ପ୍ରଦେଶର ଆଟ୍ଟୋକ୍‌ ଜେଲ୍‌ରେ ପହଞ୍ଚିଥିବା ବିଚାରପତି ଅବୁଅଲ୍‌ ହସ୍‌ନତ୍‌ ଜୁଲକ୍ବାରାନାନି ‘ସାଇଫର୍‌’ ମିଳୁ ନ ଥିବା ମାମଲାରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

 

 

Related posts

ଇମ୍ରାନଙ୍କ ଗାଦି ଟଳମଳ !

mahabharatanews

ଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦ

mahabharatanews

ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

mahabharatanews