ଓଡିଶା

୪୫ମିନିଟରେ ୨୧ହଜାର ୯୧ଥର ବିଜୁଳିମାଡ଼ 

(କୋରାପୁଟ) : କୋରାପୁଟ ଜିଲ୍ଲାରେ ରବିବାର ଦିନ ପ୍ରକୃତି ପୁଣି ଭୟଙ୍କର ରୂପ ନେଇଛି । ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ବିଜୁଳି ଖସିଥିବା ବେଳେ ସାରାଜିଲ୍ଲା ଥରିଉଠିଛି। ୪୫ମିନିଟ୍‌ ମଧ୍ୟରେ ଆକାଶ ୨୧ହଜାର ୯୧ଥର ପ୍ରକମ୍ପିତ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ରବିବାର ମଧ୍ୟାହ୍ନ ପରେ ହଠାତ୍‌ ପାଣିପାଗରେ ପରିବର୍ତ୍ତନ ହୋଇ ଅପରାହ୍ନ ବେଳକୁ ପାଗ ମେଘୁଆ ହୋଇଯାଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳକୁ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। ପ୍ରାୟ ୪୫ମିନିଟ୍‌ ଧରି ଅନବରତ ବଜ୍ରପାତ ହୋଇଥିବା ଦାମିନୀ ଆପ୍‌ ରେକର୍ଡ କରିଛି। ଚଳିତବର୍ଷ ବଢ଼ି ଚାଲିଥିବା ବଜ୍ରପାତ ଜଳବାୟୁରେ ବଡ଼ ପରିବର୍ତ୍ତନର ସଂକେତ ବୋଲି କୁହାଯାଉଛି।

Related posts

ସାମାଜିକ ଦୂରତ୍ୱ ଓ ମାସ୍କ ନିୟମକୁ କଡାକଡି କଲେ ତହସିଲଦାର

mahabharatanews

ରତ୍ନ ଭଣ୍ଡାର ନଖୋଲିବାକୁ ହୋଇଛି ଯୋଜନା: ସୁଦର୍ଶନ

mahabharatanews

“ସାଇବର-କଭଚ”ର ସ୍ୱତନ୍ତ୍ର ଅଭିଯାନ

mahabharatanews