ଭାରତ

ଶେଷ ପର୍ଯ୍ୟାୟରେ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ 

(ଶ୍ରୀହରିକୋଟା) : ଭାରତର ଉଚ୍ଚାଭିଳାଷୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ ପାଇଁ ଇସ୍ରୋ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୟୁଆର୍‌ ରାଓ ସାଟେଲାଇଟ୍ ସେଣ୍ଟରରେ ଏହି ମହାକାଶ ଯାନରେ ବୈଜ୍ଞାନିକ ଉପକରଣ ଖଞ୍ଜାଯିବାର ଅନ୍ତିମ ପ୍ରକ୍ରିୟା ଚାଲିଛି ।  ଆସନ୍ତା ଜୁଲାଇ ମାସରେ ଉକ୍ତ ମହାକାଶଯାନ ଉତ୍‌କ୍ଷେପଣ ହେବାର ଯୋଜନା ରହିଛି। ଏହା ଜୁଲାଇ ପ୍ରଥମ ବା ଦ୍ବିତୀୟ ସପ୍ତାହରେ ଉତ୍‌କ୍ଷେପଣ ହେବ ଏବଂ ତାରିଖ ଠିକ୍ କରାଯାଇ ନାହିଁ ବୋଲି ଇସ୍ରୋର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,ଚନ୍ଦ୍ରୟାନ-୩ ଚନ୍ଦ୍ରଲୋକରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ।

Related posts

ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ

mahabharatanews

କେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

mahabharatanews

ଇଂରାଜୀ ନବବର୍ଷ ପାଇଁ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି

mahabharatanews