ଅପରାଧଓଡିଶା

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

ସୁବର୍ଣ୍ଣପୁର : ସୋନପୁର ଅବକାରୀ ବିଭାଗର ଏକ ଟିମ ବୈଦ୍ୟନାଥ ଛକ୍‌ଠାରେ ଚଢଉ କରି ୨୧୫ ବୋତଲ କଫ୍ ସିରଫ ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ତରଭା ଥାନା ଅନ୍ତର୍ଗତ ଝାରତରଭା, ତେଲିପଡାର ଓମ୍ ପ୍ରସାଦ ଦଳବେହେରା ହୋଇଥିବା ବେଳେ ଏହି କଫ ସିରଫ ଚାଲାଣରେ ବ୍ୟବହୃତ ଏକ ବାଇକକୁ ମଧ୍ଯ ବିଭାଗ ଜବତ କରିଛି। ଏ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ଅବକାରୀ ଅଧୂକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ପ୍ରକାଶ କୁମାର ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସଆଇ ସାନୁନୁ ପଟ୍ଟନାୟକ, ଏସ୍‌ଆଇ ବିଶ୍ବନାଥ ଭୋଇ, ଏଏସଆଇ ସନ୍ତୋଷ ସାହୁ ପ୍ରମୁଖ ଏହି ଚଢଉରେ ସାମଲ ଥିଲେ।

Related posts

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews

ଭଦ୍ରକରେ ଫସିଥିବା ଶ୍ରମିକଙ୍କ ପାଇଁ ଜାରିହେଲା ହଲପ୍ ଲାଇନ ନଂ

mahabharatanews

Leave a Comment