Uncategorized

କରୋନା ଆତଙ୍କ ମଧ୍ୟରେ ଚାକିରି ଛାଡିଲେ ୨୨୫ ନର୍ସ

କଲକାତା: ପଶ୍ଚିମବଙ୍ଗରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଏଠାରେ କରୋନାରେ ୨୪୬୧ଜଣ ସଂକ୍ରମିତ ହୋଇଥିବାବେଳେ ୨୨୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜଧାନୀ କଲକାତା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅନ୍ୟ ଅଞ୍ଚଳ ତୁଳନାରେ କଲାକାତାରେ ସଂକ୍ରମିତଙ୍କ ସଂଖ୍ୟା ବେଶୀ ହୋଇଥିବାବେଳେ ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ୟ୍ୟରତ ପ୍ରାୟ ୧୮୫ ନର୍ସ ଚାକିରି ଛାଡ଼ି ନିଜ ରାଜ୍ୟ ମଣିପୁର ଫେରିଯାଇଛନ୍ତି।
ଏକ ଘରୋଇ ହସ୍ପିଟାଲର ବରିଷ୍ଠ ଅଧିକାରୀ କୁହନ୍ତି, ପୂର୍ବରୁ ନର୍ସମାନଙ୍କ ଅଭାବ ରହିଥିଲା। ଏବେ କୋଭିଡ-୧୯ ମହାମାରୀ ସମୟରେ ନର୍ସମାନେ ଚାକିରି ଛାଡ଼ିବା ଯୋଗୁ ସମସ୍ୟା ଆହୁରି ବୃଦ୍ଧି ପାଇବ । ଚାକିରି ଛାଡ଼ିଥିବା ଜଣେ ନର୍ସ କୁହନ୍ତି, ଆମ ଅଭିଭାବକମାନେ ଚିନ୍ତିତ ଅଛନ୍ତି। ଏଠାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଆମ ରାଜ୍ୟ ମଣିପୁର ସଂକ୍ରମଣ ନାହିଁ । ତେଣୁ ଆମେ ଘରକୁ ଫେରିବାକୁ ଚାହୁଁଛୁ।

Related posts

ଗୋଟିଏ ଦିନରେ ଦେଶରେ  କରୋନା ମୃତ୍ୟୁ ସଂଖ୍ୟା ୫୧୯

mahabharatanews

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews

କରୋନା ସଂକ୍ରମିତ ହେଲେ ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ

mahabharatanews