ବିଶ୍ୱ

ରୁଷର ମିସାଇଲ୍ ମାଡ଼ରେ ୨୩ ମୃତ

କିଭ : ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ଏହି ୨୦ ଦିନ ଭିତରେ ଧ୍ୱଂସ ହେଇ ଚାଲିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଆଜି ପୂର୍ବ ୟୁକ୍ରେନ୍ର ବିଚ୍ଛିନତାବାଦୀ ଅଞ୍ଚଳ ଡୋନେସ୍କରେ ମିସାଇଲ୍ ମାଡ଼ ହୋଇଛି । ବିସ୍ଫୋରଣରେ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ୍ର ମିସାଇଲ୍ ମାଡ଼ରେ ଏହି ମୃତ୍ୟୁ ହୋଇଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କିନ୍ତୁ ୟୁକ୍ରେନ୍ ରୁଷ୍ର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ଉଲ୍ଲେଖଯୋଗ୍ୟ ଯେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତମାସରେ ଡୋନେସ୍କ ଏବଂ ଲୁହାନସ୍କକୁ ସ୍ୱାଧୀନ ଘୋଷଣା କରିଥିଲେ।

ଅନ୍ୟପକ୍ଷେ ଡୋନେସ୍କ ଏବଂ ଲୁହାନସ୍କ ନିକଟରେ କିଛି ନୂଆ ଅଞ୍ଚଳକୁ ରୁଷ୍ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ଲୋକ ଏଟିଏମ୍ ଆଗରେ ଏବଂ ବସ୍ ଷ୍ଟପ୍ ନିକଟରେ ଠିଆ ହୋଇଥିବା ସମୟରେ ମିସାଇଲ୍ ମାଡ଼ ହୋଇଥିଲା। ଫଳରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି। ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଆଜି ଚତୁର୍ଥ ରାଉଣ୍ଡ କଥାବାର୍ତ୍ତା ହୋଇଛି। କିନ୍ତୁ ଏହା ଅଧାରୁ ସ୍ଥଗିତ ରହିଛି। ଆସନ୍ତାକାଲି ଏହି କଥାବାର୍ତ୍ତା ପୁଣି ହେବ। ଡୋନେସ୍କକୁ ରୁଷ୍ ସ୍ୱାଧୀନ ଅଞ୍ଚଳ ଘୋଷଣା କରିଥିବାରୁ ଏଠାରେ ଅନେକ ବିଶୃଙ୍ଖଳା ଦେଖାଦେଇଛି। ତେବେ ଏହି ଅଞ୍ଚଳକୁ ରୁଷ୍ ସୁରକ୍ଷା ଯୋଗାଇ ଆସୁଛି।

Related posts

ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ

mahabharatanews

ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ 

mahabharatanews

ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖି ଗିରଫ ହେଲେ ଆମେରିକାର ୬ ଜଣ ଶିକ୍ଷୟତ୍ରୀ

mahabharatanews