Accident

ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି

ରକ୍ତରଞ୍ଜିତ ହେଲା ଜାତୀୟ ରାଜପଥ । ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କାରେ  ଚାଲିଗଲା ୨୪ ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ଗୋଲାଘାଟ ଜିଲ୍ଲା କାଜିରଙ୍ଗାରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାର ଅତି ଭୟଙ୍କର ଥିଲା ଯେ ମିନି ବସ୍‌ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଗତକାଲି  ରାଜପଥ ୭୧୫ରେ ହାତିଖୁଲି ଚା’ ବଗିଚା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୩୫ରୁ ଅଧିକ ଯାତ୍ରୀଙ୍କୁ ଧରି ଗୋଲାଘାଟରୁ ନଗାଓଁ ଅଭିମୁଖେ ଯାଉଥିବା ମିନି ବସ୍‌ଟି ସାମ୍ନା ପଟୁ ଆସୁଥିବା କଣ୍ଟେନର ଟ୍ରକ୍ ସହ ପିଟି ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ରୂପେ ଛିନଛତ୍ର ହୋଇଯାଇଥିଲା। ଆଉ ଅକାଳରେ ଚାଲିଯାଥିଲା ୨୪ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅନେକ କଲେଜ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମିନି ବସ୍‌ଟି ଦ୍ରୁତ ଗତିରେ ଯିବା ଯୋଗୁ ଏହି ଦୁର୍ଘଟଣା  ଘଟିଥିବା ଜଣାଯାଇଛି ।

Related posts

ଭାଲୁ ଆକ୍ରମଣ ରେ ବୃଦ୍ଧ ଆହତ

mahabharatanews

ବିଜେପି ବିଧାୟକଙ୍କ ପୁତୁରାଙ୍କ ଗାଡି ଧକ୍କାରେ ଯାତ୍ରୀ ମୃତ

mahabharatanews

ଜାତୀୟ ରାଜପଥ-୩୨୬ ରେ ଟ୍ରଲର ଓଲଟି ଦୁର୍ଘଟଣା, ଚାଳକ ମୃତ

mahabharatanews