Accidentଓଡିଶା

ଜାତୀୟ ରାଜପଥ-୩୨୬ ରେ ଟ୍ରଲର ଓଲଟି ଦୁର୍ଘଟଣା, ଚାଳକ ମୃତ

ବିଷମ କଟକ ଥାନା ଅନ୍ତର୍ଗତ ବୁଡୁଣି ଛକ ନିକଟସ୍ଥ ଟର୍ଣ୍ଣିଂ ଠାରେ ଜାତୀୟ ରାଜପଥ-୩୨୬ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ଠାରୁ ରାଉଲକେଲା ଅଭିମୁଖେ ଯାଉଥିବା ଏକ ମାଲ୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।ଦୁର୍ଘଟଣାସ୍ଥଳ ବିଷମ କଟକ ଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ। ବିଷମ କଟକ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ, ମୁନିଗୁଡ଼ା ଓ ବିଷମ କଟକ ଅଗ୍ନିଶମ ବାହିନୀ କର୍ମଚାରୀମାନେ ‘ଗୀୟସ କଟ୍’ ସାହାଯ୍ୟରେ ମୃତ ଚାଳକଙ୍କୁ ଗାଡ଼ି ଭିତରୁ ଉଦ୍ଧାର କାର୍ଯ୍ୟ ଜରିରଖିଛନ୍ତି ।  ପୋଲିସ୍ ଏହି ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି।

Related posts

ସୁକିନ୍ଦା ପ୍ରେସ କ୍ଲବ ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

ପାଣିରେ ବୁଡି ଜଣକର ମୃତ୍ୟୁ ଏବଂ ଜଣେ ଗୁରୁତର

mahabharatanews

କାଗଜ ଗୋଦାମରେ ଅଗ୍ନିକାଣ୍ଡ

mahabharatanews