ଓଡିଶା

୨୪୮ତମ ସହିଦ ଦିବସ ପାଳିତ

୨୪୮ତମ ସହିଦ ଦିବସ ପାଳିତ । ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ନେତା ଭାବେ ମାନୁଥିବା କୁଡୁମି ସମାଜର ମହାନ ନେତା ସହିଦ ବୀର ରଘୁନାଥ ମହାନ୍ତଙ୍କ ୨୪୮ତମ ସହିଦ ଦିବସ ସୁକିନ୍ଦା ବ୍ଲକ ସଂସାଇଲୋ ପଂଚାୟତ ଟାଟା କଲୋନୀ ଠାରେ ଗତକାଲି ରାତିରେ ପାଳିତ ହୋଇଯାଇଛି । ଏଥିରେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଡ଼କ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରଘୁନାଥ ମହାନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଅନୁଷ୍ଠିତ ସଭାରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ କେତେ କଷ୍ଟ କରି ଦେଶକୁ ସ୍ୱାଧୀନ କରାଇଥିଲେ ସେ ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ। ସଭାକୁ ପରିଚାଳନା କରିଥିଲେ ବିଜେପି ନେତା ଦୋଳଗୋବିନ୍ଦ ମହାନ୍ତ,ସହିଦ ସଂଗ୍ରାମୀ ରଘୁନାଥ ମହାନ୍ତ, ସ୍ମୃତି କମିଟିର ସଭାପତି ଭୀମସେନ ମହାନ୍ତ ସମସ୍ତ ଅତିଥିଙ୍କୁ କୁନି କୁନି ପିଲାଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଇଥିଲେ।  ସୁଦୂର ଝାରଖଣ୍ଡରୁ ଆସିଥିବା କଳାକାର ଓ ସ୍ଥାନୀୟ କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଶେଷରେ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା, ଶେଷରେ କମିଟିର ସଭାପତି ଭୀମସେନ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

୨ ବାଇକ ମୁହାଁମୁହିଁ ଧକ୍କା

mahabharatanews

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews

 ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ  

mahabharatanews