ଓଡିଶା

ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର

(ଭୁବନେଶ୍ୱର) : ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର । ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦଳୀୟ ନେତା ଓ କର୍ମୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।।

ସୂଚନାନୁଯାୟୀ , ଶଙ୍ଖଭବନରୁ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯିବ। ତାପରେ ତାଙ୍କର ମରଶରୀରକୁ ପୁରୀକୁ ନିଆଯିବ। ସେଠାରେ ସ୍ବର୍ଗଦ୍ବାରରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅନ୍ତିମସଂସ୍କାର କରାଯିବ ବୋଲି ଜଣାଯାଇଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି  ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଥିଲା।

Related posts

ଉପକୂଳ ଜିଲ୍ଲାରେ ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା

mahabharatanews

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

mahabharatanews

ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ସମୟରେ ହେବ ପାଠପଢ଼ା

mahabharatanews