Uncategorized

ଦେଶରେ ଆଜି ସର୍ବାଧିକ ୨୬ ହଜାର ୫୦୬ ନୂଆ‌ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ରେକର୍ଡ ସୃଷ୍ଟି କରୁଛି । ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି ୨୬ ହଜାର ୫୦୬ ନୂଆ‌ ସଂକ୍ରମିତ ଚିହ୍ନଟ ହେବା ପରେ କାଲିର ରେକର୍ଡ ଭାଙ୍ଗିଦେଇଛି କରୋନା । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୪୭୫ ରୋଗୀଙ୍କ ମୃତ୍ୟୁ ଘଟି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୭୬ ହଜାର ୬୮୫ ସକ୍ରିୟ ରୋଗୀ ଥିବାବେଳେ ୪ ଲକ୍ଷ ୯୫ ହଜାର ୫୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨ ଲକ୍ଷ ୩୦ ହଜାର ୫୯୯ ହୋଇଥିôବା ବେଳେ ମୃତ୍ୟୁ ସଂଖ୍ୟା ୯ ହଜାର ୬୬୭ ହୋଇଛି। ସେହିପରି ଦିଲ୍ଲୀରେ ୧ ଲକ୍ଷ ୭ ହଜାର ୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨୫୮ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨୬ ହଜାର ୫୮୧ କରୋନା ସଂକ୍ରମିତ ଏବଂ ୧୭୬୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୯ ହଜାର ୨୮୦କୁ ବୃଦ୍ଧି, ୨୦୦୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୨ ହଜାର ୩୬୨ ସଂକ୍ରମିତ ଓ ୮୬୨ ମୃତ, ପଶ୍ଚିମବଙ୍ଗରେ ୨୫ ହଜାର ୯୧୧ ଆକ୍ରାନ୍ତ ଓ ୮୫୪ ମୃତ, ହରିୟାଣାରେ ୧୯ ହଜାର ୩୬୪ ଆକ୍ରାନ୍ତ ଏବଂ ୨୮୭ ମୃତ, ଆନ୍ଧ୍ରପ୍ରଦେଶରେ ୨୩ ହଜାର ୮୧୪ ଆକ୍ରାନ୍ତ ଏବଂ ୨୭୭ ମୃତ, ତେଲେଙ୍ଗାନାରେ ୩୦ ହଜାର ୯୪୬ ସଂକ୍ରମିତ ଓ ୩୩୧ ମୃତ, କର୍ଣ୍ଣାଟକରେ ୩୧ ହଜାର ୧୦୫ ଆକ୍ରାନ୍ତ ଓ ୪୮୮ ମୃତ, ରାଜସ୍ଥାନରେ ୨୨ ହଜାର ୫୬୩ ଆକ୍ରାନ୍ତ ଓ ୪୯୧ ମୃତ, ଜାମ୍ମୁ-କାଶ୍ମୀରରେ ୯୦୫୧ ସଂକ୍ରମିତ ଓ ୧୫୪ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୩୪୧ ସଂକ୍ରମିତ ଓ ୬୩୪ ମୃତ, ବିହାରରେ ୧୩ ହଜାର ୯୭୮ ଆକ୍ରାନ୍ତ ଓ ୧୦୯ ମୃତ, ଆସାମରେ ୧୪ ହଜାର ୬୦୧ ଆକ୍ରାନ୍ତ ଓ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related posts

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବସ୍ତି ଛାଡିବାକୁ ଅହମ୍ନଦାବାଦ ମ୍ୟୁନିସିପାଲିଟିର ନିର୍ଦ୍ଦେଶ

mahabharatanews

ସିଏଏ ବିରୋଧୀ ଅଭିଯାନର ମୁକାବିଲା ପାଇଁ ରାଜ୍ୟ ପ୍ରଭାରୀ ନିଯୁକ୍ତ

mahabharatanews

ମାନସିକ ରୋଗୀଙ୍କ ବୟାନ ଗ୍ରହଣ କରାଯାଇ ପାରିବ: ସୁପ୍ରିମ କୋର୍ଟ

mahabharatanews