ଓଡିଶାଶିକ୍ଷା

୨୭ ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଘାଟିତ

ପୁରୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ଶରଧାବାଲିରେ ଆୟୋଜିତ ୨୭ତମ ପୁସ୍ତକମେଳା ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପ୍ରାରମ୍ଭରେ ମେଳାକୁ ପରିଦର୍ଶନ ସହ କମିଟି ସଦସ୍ୟ ଓ ପ୍ରକାଶକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗଦେଇ ଲେଖକ ଓ ପ୍ରକାଶକଙ୍କ ମିଳିତ ପ୍ରୟାସ ରେ ଓଡ଼ିଆ ପାଠକମାନଙ୍କ ପାଇଁ ଅଧିକରୁ ଅଧିକ ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ ସୃଷ୍ଟି ହେବା ଆଜିର ଆବଶ୍ୟକତା ବୋଲି କହିଥିଲେ। ଆଗାମୀ ଦିନରେ ବହିମେଳାକୁ ଅଧିକ ଆକର୍ଷଣୀୟ କରିବାଲାଗି ପ୍ରଶାସନ ସମସ୍ତ ସହଯୋଗ ଦେବ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଭବତାରଣ ସାହୁ, ପର୍ୟ୍ୟଟକଙ୍କ ପାଇଁ ଵହିମେଳାରେ ବିଭିନ୍ନ ଭାଷାର ପୁସ୍ତକ ଉପଲବ୍ଧ କରାଇବାକୁ ପ୍ରକାଶନ ସଂସ୍ଥା ମାନଙ୍କୁ ପରାମର୍ଶ ଦେବା ସହ ପାଠକଙ୍କୁ ଭଲବହି ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ ।

କମିଟିର ସଭାପତି ଡା କୈଳାସ ଚନ୍ଦ୍ର ଟିକା ୟତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ରେ ସଂପାଦକ ଚକ୍ରଧର ମହାପାତ୍ର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କାର୍ୟ୍ୟକାରୀ ସଭାପତି ଅନାମ ସାହୁ, ଉପସଭାପତି ରାଜକିଶୋର ମିଶ୍ର ଓ ଜଟାଧାରୀ ମିଶ୍ର, ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପର୍ୟ୍ୟଟନ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ପର୍ୟ୍ୟଟନ ସରୋଜ ପ୍ରଧାନ ଓ ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ଵହିବିଚିତ୍ରା,ଅନାମ ସାହୁଙ୍କ ଜାତକ ସମୀକ୍ଷା, ଅଜୟ ପଣ୍ଡାଙ୍କ ପାଠପଢ-ଦେଶ ଗଢ ଓ ରବିନ୍ଦ୍ରନାଥ ପ୍ରଧାନ ଙ୍କ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ୟ୍ୟକ୍ରମର ପରିଚାଳନାରେ ପୁଷ୍କର ମହାପାତ୍ର, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବୀରେନ୍ଦ୍ର ମହାନ୍ତି, ରଘୁନାଥ ମହାପାତ୍ର, ସ୍ବାଧିନ ପଣ୍ଡା,ପ୍ରତିମା ମିଶ୍ର, ନାରାୟଣ ନନ୍ଦ,ରଘୁନାଥ ମିଶ୍ର, ବିପିନ ଦଳାଇ, ସୁକାନ୍ତ ପଣ୍ଡା, ସୁରେନ୍ଦ୍ର ମିଶ୍ର, ଭବାନୀ ବଳିଆର ସିଂହ, ଶ୍ରୀକାନ୍ତ ମହାନ୍ତି, ଶ୍ୟାମପ୍ରକାଶ ସେନାପତି, ଗୀତାଞ୍ଜଳି ପଣ୍ଡା,ସୁନିଲ ରଥ ପ୍ରମୁଖ ସହଯୋଗ କରିଥିଲେ ।

ଏହି ପରିପ୍ରେକ୍ଷୀରେ ବହିମେଳାର ମୁଖପାତ୍ର ଉନ୍ମୋଚିତ ହୋଇଥିଲା । ଏହି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ଗ୍ରନ୍ଥ ମନ୍ଦିର, ବିଦ୍ୟାପୁରୀ ଏ.କେ ମିଶ୍ର ଆଣ୍ଡ କୋ, ଚିତ୍ରୋତ୍ପଳା, ସାଇଯମୁନା,ଓଡ଼ିଶା ବୁକ୍ ଷ୍ଟୋର,କଟକ ଲ-ଏଜେନ୍ସି , ଅନୁରାଗ ପବ୍ଲିକେଶନସମେତ ୬୦ଟି ପ୍ରକାଶନ ସଂସ୍ଥା ସହ ୧୪୫ଟି ଷ୍ଟଲ ଯୋଗଦାନ କରିଛନ୍ତି। ଆସନ୍ତା କାଲି ଠାରୁ ଚନ୍ଦ୍ରବିଜୟୀଙ୍କ କୁଇଜ୍ ସହ ପ୍ରତିଦିନ ସଂଗୀତ -ନୃତ୍ୟ କୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପରିବେଷଣ କରିବେ।ଏଥିସହ ପ୍ରତିଦିନ ମେଳା ମଞ୍ଚରେ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା ଓ ଜନମଞ୍ଚ ଭଳି କାର୍ୟ୍ୟକ୍ରମ କରାଯିବ ବୋଲି ଵହିମେଳା ର ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି।

Related posts

ସମାଜର ସୁରକ୍ଷା ନେଇ ବାଲୁକାକଳା ମାଧ୍ୟମରେ ବାର୍ତା

mahabharatanews

ଗଣମାଧ୍ୟମଠୁ ଦୂରରେ ଗଣମାଧ୍ୟମ ଉପଦେଷ୍ଟା

mahabharatanews

ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

mahabharatanews