Uncategorized

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

ନୂଆଦିଲ୍ଲୀ: କରୋନା ଲକଡାଉନ ପାଇଁ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସରକାର ବନ୍ଦେ ଭାରତ ମିଶନର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସଂସ୍କରଣରେ ୧୬୭ଟି ବିମାନ ଚଳାଚଳ କରିବ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଉପସାଗରୀୟ ଅଞ୍ଚଳରୁ ୧୪୦ଥର ଉଡ଼ାଣ କରାଯାଇ ସର୍ବାଧିକ ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଅଣାଯିବ।

ୟୁଏଇକୁ ୮୧ଟି, ସାଉଦୀଆରବ ଓ ଓମାନ୍କୁଣ ୧୫ଟି, କୁଏତକୁ ୧୪ଟି, କତ୍ତାରକୁ ୧୧ଟି ଓ ବାହାରିନ୍କୁଦ ଏହି ମିଶନ ଅଧୀନରେ ୫ଟି ଉଡ଼ାଣ କରାଯିବ। ଅନ୍ୟପକ୍ଷରେ ରାଜ୍ୟ ସରକାରଗୁଡ଼ିକ ସହ ପରାମର୍ଶ କରାଯାଇ ଦେଶର ଆହୁରି ଅଧିକ ସ୍ଥାନରେ ବିମାନ ଅବତରଣ କରାଯିବ। ଏହି ପର୍ୟ୍ୟାୟର ଅଭିଯାନ ଜୁନ୍‍ ୮ ତାରିଖ ପର୍ୟ୍ୟନ୍ତ ଚାଲିବ। ସର୍ବାଧିକ ସଂଖ୍ୟକ ବିମାନ ସଂଯୁକ୍ତ ଆରବ ଏମିରେଟରୁ ଆସିବ। ଦୁବାଇରୁ ୫୭ଟି ବିମାନ ଆସିବାକୁ ଥିବାବେଳେ ଆବୁଧାବୀରୁ ୨୬ଟି ବିମାନ ଆସିବାକୁ କାର୍ୟ୍ୟସୂଚୀ ରହିଛି। ଆଜି ସଂଯୁକ୍ତ ଆରବ ଏମିରେଟରୁ ୮ଟି ବିମାନ ଆସିବ। ସେଗୁଡ଼ିକରେ ୧୩ଶହରୁ ଊର୍ଦ୍ଧ୍ବ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏହି ପର୍ୟ୍ୟାୟରେ ଉପସାଗରୀୟ ଦେଶଗୁଡ଼ିକରୁ ଆସୁଥିବା ବିମାନଗୁଡ଼ିକ ମଧ୍ୟରୁ ସର୍ବାଧିକ ବିମାନ କେରଳରେ ଅବତରଣ କରିବ। ସେହି ଅଞ୍ଚଳରୁ ଦେଶର ଆଉ ଯେଉଁସବୁ ସ୍ଥାନରେ ବିମାନଗୁଡ଼ିକ ଆସି ପହଞ୍ଚିବ ସେଗୁଡ଼ିକ ମଧ୍ୟରେ ଜୟପୁର, ଗୟା, ଚଣ୍ଡିଗଡ଼, ଅହମ୍ମଦାବାଦ, କୋଲକାତା, ଶ୍ରୀନଗର, ଗୋଆ, ଚେନ୍ନାଇ, ମଦୁରାଇ, ଲକ୍ଷ୍ନୌ, କର୍ଣ୍ଣାଟକ, ଦିଲ୍ଲୀ, ଅମୃତସର, ହାଇଦ୍ରାବାଦ, କୋଇମ୍ବାଟୁର ଓ ବେଙ୍ଗାଲୁରୁ ରହିଛି। ଅସୁବିଧାରେ ପଡ଼ିଥିବା ଶ୍ରମିକ, ଅଟକି ରହିଥିବା ପର୍ୟ୍ୟଟକ, ଗର୍ଭବତୀ ମହିଳା, ଅଟକି ରହିଥିବା ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଜରୁରୀକାଳୀନ ଡାକ୍ତରୀ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଣାଯାଉଛି। ବିଦେଶରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦେ ଭାରତ ମିଶନ ହେଉଛି ଏପର୍ୟ୍ୟନ୍ତ ସର୍ବବୃହତ ଅଭିଯାନ। ସୂଚନାଯୋଗ୍ୟ ଚଳିତମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ ଯୋଜନାର ପ୍ରଥମ ପର୍ୟ୍ୟାୟରେ ପ୍ରାୟ ୩୦ ହଜାର ପ୍ରବାସୀ ଭାରତୀୟଙ୍କୁ ଦେଶ ମଧ୍ୟକୁ ସୁରୁଖୁରୁରେ ଅଣାଯାଇଛି।

Related posts

କୋରୋନା ପାଇଁ ପ୍ରଭାବିତ ହେଉଛି ଶେୟାର ବଜାର

mahabharatanews

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews

ଗେରୁଆ ଧରିଲେ ମମତା ବାନାର୍ଜୀ, ବିଜେପି କହିଲା ପରିବର୍ତ୍ତନ ନା ନାସ୍ତିକତା?

mahabharatanews