ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଭାଇଙ୍କ କଳା କାରନାମା ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବାବେଳେ ଦିନକୁ ଦିନ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ନିଜ ରାଜନୈତିକ ଚାପରେ ସଭିଙ୍କୁ ଚାପି ରଖିଥିବା ବବି ଭାଇ ଏବଂ ତାଙ୍କ ଅନୁଗତଙ୍କ କଳାକାରନାମାର ହେଉଛି ପର୍ଦ୍ଦା ଫାସ୍ ।
ପ୍ରଣବ ବାବୁଙ୍କ ନାଁ ପଛରେ ଯେମିତି ପ୍ରକାଶ ଲାଗିକି ଅଛି, ତାଙ୍କ ଜୀବନରେ ମଧ୍ୟ ସେହିପରି ଜଣେ ପ୍ରକାଶ ଅଛନ୍ତି । ପ୍ରକାଶ ବିନା ବବି ଭାଇ ଅଧୁରା । ବବି ବାବୁଙ୍କ ପାଖକୁ ଯିବାକୁ ହେଲେ ପ୍ରଥମେ ପ୍ରକାଶ କୁ ହାତ କରିବାକୁ ପଡୁଥିଲା । ୟାଙ୍କ ବିନା ବି ବବି ବାବୁ କୁଆଡେ ଯାଉନଥିଲେ । ବବି ଦାସଙ୍କ ସବୁ କଳା କାରନାମାର ମୁଖ୍ୟ କାର୍ପଟଦାର ଥିଲା ପ୍ରକାଶ । ବବି ବାବୁଙ୍କ ବେଆଇନ କାମର ଡିଲ୍ କରୁଥିଲା ପ୍ରକାଶ । ଏପରିକି ବଡ ବଡିଆ ନେତା ମନ୍ତ୍ରୀ ମାନେ ବି ପ୍ରକାଶକୁ ଜୁହାର ନ ପକେଇଲେ କାମ ହେଉନଥିଲା । ଆଉ ଏଇ ସବୁ ଭିତରେ ଢେର କଳାଧାନ ହାତେଇଥିଲା ପ୍ରକାଶ । ନିଜ ବୟସ ହିସାବରେ ୧୦୦ ଗୁଣ ଅଧିକ ସମ୍ପତ୍ତିର ମାଲିକ ଅଛି ପ୍ରକାଶ ।
ଖୁବ୍ କମ୍ ଦିନ ଭିତରେ ପ୍ରାୟ ୫୦୦ରୁ ୭୦୦ କୋଟି ଟଙ୍କାର ସମ୍ପତ୍ତି ପ୍ରକାଶ ପାଖେ ଆସିଲା କେଉଁଠୁ ? ଆଲିସାନ ଘର ସହ ଦାମୀ ଗାଡି, ବିଳାସପୂର୍ଣ୍ଣ ହୋଟେଲରେ ସୁନ୍ଦରୀ ତରୁଣୀ ମାନଙ୍କ ସହ ମଉଜ ମଜଲିସ କରୁଥିଲା ପ୍ରକାଶ । କେବଳ ନିଜ ସମ୍ପତି ନୁହେଁ ନିଜ ବନ୍ଧୁ ପରିବାର ସଭିଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଯାଇଛି ପ୍ରକାଶ । ନିଜ ନାଁରେ ୩ଟି କମ୍ପାନୀ କରି ନିଜ କଳା ସମ୍ରାଜ୍ୟ କୁ ବଢାଇ ଚାଲିଥିଲେ । ପ୍ରକାଶଙ୍କ ସହ ଅନେକ ଉଚ୍ଚ ପଦସ୍ଥ କର୍ମଚାରୀ ମଧ୍ୟ ଏହି କଳାକାରନାମାରେ ସାମିଲ ଅଛନ୍ତି ।
ବବି ବାବୁଙ୍କ ଛତ୍ରଛାୟା ତଳେ ରହି ଶହ ଶହ କୋଟିର ହରିଲୁଟ୍ କରିଥିବା ଏହି ପ୍ରକାଶ ପାଇଁ କଣ କୌଣସି ଆଇନ ନଥିଲା ? ଶହ ଶହ କୋଟିର ସମ୍ପତ୍ତି ସେ କିପରି ହାତେଇଲା ? ନା ବିଜେଡି ସରକାରରେ ଥିଲା ବୋଲି ପୋଲିସ୍ ଠୁ ନେଇ ଜନତା ଯାଏ କେହି ବି ପ୍ରକାଶ ବିରୋଧରେ ମୁହଁ ଖୋଲିବାକୁ ସାହାସ କରୁନଥିଲେ ?
ଏହି ପ୍ରଣବ-ପ୍ରକାଶ ଯୋଡି, ୧୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ହରିଲୁଟ୍ କରିଛନ୍ତି । ଜନତାଙ୍କ ଟଙ୍କା ହରିଲୁଟ୍ କରି ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଏହି ପ୍ରଣବ-ପ୍ରକାଶ ଯୋଡିଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ୍ ? ମୋହନ ସରକାରରେ ଏମାନଙ୍କୁ ଉଚିତ୍ ଦଣ୍ଡ ମିଳିବ ବୋଲି ଜନତା ଆଶା କରୁଛନ୍ତି ।